କେବେ ସୁଧୁରିବ ସ୍ଥତି ? ପୋଲ ନଥିବାରୁ ଦୁଇ କିମି ଚାଲିବା ପରେ ନଦୀ ପାର ହେଲେ ଗର୍ଭବତୀ ମହିଳା
ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଗଦାପୁର ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିଲା । ଫଳରେ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରିନଥିଲା। ବାଧ୍ୟ ହୋଇ ଗର୍ଭବତୀ ଜଣକ ରାଜଖମା ଗ୍ରାମରୁ କାଦୁଅ ପଚପଚ ରାସ୍ତାରେ ଦୁଇ କିଲୋମିଟର ଚାଲିବା ପରେ ଭରାନଦୀ ପାରହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ।

ମୋହନା(କେନ୍ୟୁଜ୍): ପୁଣି ଜନନୀ ଯନ୍ତ୍ରଣା। ନଦୀ ଉପରେ ପୋଲ ନଥିବାରୁ ଗ୍ରାମକୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ଦୁଇ କିଲୋମିଟର ଚାଲିବା ପରେ ଭରା ନଦୀ ପାର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି ଗର୍ଭବତୀ ମହିଳା। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି କନ୍ଧମାଳ ଜ଼ିଲ୍ଲା ସୀମାନ୍ତ ମୋହନା ବ୍ଲକର ଉପାନ୍ତ ଗରଡ଼ମା ପଞ୍ଚାୟତ ଅନ୍ତର୍ଗତ ରାଜଖମା ଗ୍ରାମରେ।
ଗ୍ରାମର ପୂଜା ପାତ୍ରଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଗଦାପୁର ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିଲା । ଫଳରେ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରିନଥିଲା। ବାଧ୍ୟ ହୋଇ ଗର୍ଭବତୀ ପୂଜା ରାଜଖମା ଗ୍ରାମରୁ କାଦୁଅ ପଚପଚ ରାସ୍ତାରେ ଦୁଇ କିଲୋମିଟର ଚାଲିବା ପରେ ଭରାନଦୀ ପାରହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ।
ବର୍ତ୍ତମାନ ତାଙ୍କୁ କନ୍ଧମାଳ ଜ଼ିଲ୍ଲା ବ୍ରହ୍ମଣିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଛି l ତେଵେ ଉକ୍ତ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଜନସାଧାରଣ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଜନପ୍ରତିନିଧି ଏବଂ ପ୍ରଶାସନିକ ସ୍ତର ରେ ଏଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ l