ଏଠି ଦୋଷ କାହାର? କୋଚିଙ୍ଗ୍ ସେଣ୍ଟର ନିକଟରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହାରିଲେ ଛାତ୍ର

ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଛକରେ ଥିବା ଏକ ଆବାସିକ ଯୁକ୍ତ ୨ କୋଚିଙ୍ଗ୍ ସେଣ୍ଟରରେ ଅଘଟଣ। ଜଣେ ଛାତ୍ର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ମାର୍ଶାଘାଇ ଥାନା କରମକୁଳ ଗାଁ କୁଞ୍ଜ ବିହାରୀ ଦାସଙ୍କ ପୁଅ ଦେବୀ ପ୍ରସାଦ ଦାସ।

କୋଚିଙ୍ଗ୍ ସେଣ୍ଟରର ଅତି ପାଖରେ ବିଦ୍ୟୁତ୍ ତାର ଯାଇଥିବାରୁ କୌଣସି କାରଣରୁ ମୃତ ଛାତ୍ର ଜଣଙ୍କ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହି ଘଟଣା ପରେ କୋଚିଙ୍ଗ୍ ସେଣ୍ଟରରେ ରହୁଥିବା ଅନ୍ଯ କିଛି ଛାତ୍ରଛାତ୍ରୀଙ୍କର ମଧ୍ଯ ହଠାତ୍ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ସେମାନଙ୍କୁ ମାର୍ଶାଘାଇ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଁଚି ମୃତଦେହଟିକୁ ଉଦ୍ଧାର କରିଛିନ୍ତି। ଏହା ସହିତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।