ହରଭଜନ ଡ୍ୟାନ୍ସ କରୁଥିବାର ଦେଖି ରାଗିଗଲେ ପତ୍ନୀ ଗୀତା, ଘରୁ ଏଣ୍ଟ୍ରି କରିବା ମାତ୍ରେ ପିଟିଲେ; ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ସ୍ପିନର ହରଭଜନ ସିଂ ପଡିଆରେ ଯେତିକି ଆକ୍ଟିଭ, ସୋସିଆଲ ମିଡିଆରେ ମଧ୍ୟ ସେତିକି ଆକ୍ଟିଭ। ସୋସିଆଲ ମିଡିଆରେ ସବୁବେଳେ ଫଟୋ ଏବଂ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଥାଏ। ଗମ୍ଭୀର ପ୍ରସଙ୍ଗ ଉପରେ ମଧ୍ୟ ନିଜର ମନ୍ତବ୍ୟ ରଖନ୍ତି। ହେଲେ ଏବେ ଯେଉଁ ଭିଡିଓ ତାଙ୍କର ଭାଇରଲ ହେଉଛି, ସେଥିରେ ପତ୍ନୀ ଗୀତା ବାସ୍ରା ତାଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି।

ତେବେ ରାଜ୍ୟସଭା ସାଂସଦ ହରଭଜନ ସିଂ ବାହାଘରକୁ ୭ ବର୍ଷ ପୁରିଲାଣି। କିନ୍ତୁ ବିବାହ ବାର୍ଷିକୀ ଦିନ ହରଭଜନ ସିଂ ପତ୍ନୀ ଗୀତାଙ୍କ ହାତରୁ ମାଡ ଖାଇବା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି। ହରଭଜନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଭଜି ଭିନ୍ନ ଅନ୍ଦାଜରେ ଘରକୁ ଏଣ୍ଟ୍ରି ମାରୁଛନ୍ତି, ତେବେ ଗୀତା ତାଙ୍କୁ ପିଟୁଥିବା ନଜର ନଜର ଆସିଛନ୍ତି। ଏହି ମଜାକ ମସ୍ତିରେ ହରଭଜନ ସିଂ ବିବାହର ସାଇଡ୍‌ ଇଫେକ୍ଟ ବିଷୟରେ କହୁଛନ୍ତି।

ଏହି ଇନଷ୍ଟାଗ୍ରାମ ରିଲରେ ହରଭଜନ ସିଂ ‘ଗୁଣ୍ଡେ’ ଫିଲ୍ମର ଗୀତ ତୁନେ ମାରି ଏଣ୍ଟ୍ରିୟାଁ ଗୀତରେ ଘରେ ଏଣ୍ଟ୍ରି କରୁଛନ୍ତି। ଭଜି ଡ୍ୟାନ୍ସ କରି ଘର ଭିତରକୁ ପ୍ରବେଶ କରୁଥିବା ବେଳେ ଗୀତା ତାଙ୍କୁ ପିଟିବା ଆରମ୍ଭ କରି ଦେଇଛନ୍ତି। ଗୀତା ଏବଂ ହରଭଜନ ବିବାହ ପରର ସ୍ଥିତି କହିବା ପାଇଁ ଏକ ସିରିଜ ଆରମ୍ଭ କରିଥିଲେ। ଏହି ଭିଡିଓରେ ତାହା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Geeta Basra (@geetabasra)


ଗୀତା ବସରା ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ଆନିଭର୍ସି ସ୍ପେଶାଲ। ବାହାଘରର ସାଇଡ ଇଫେକ୍ଟ ପାର୍ଟ-୬। ବିବାହର ୭ମ ବାର୍ଷିକୋତ୍ସବର ଅନେକ ଅନେକ ଶୁଭେଚ୍ଛା ସ୍ୱାମୀ। ଏହି ଭିଡିଓରେ ହରଭଜନ କମେଣ୍ଟ କରି ଲେଖିଛନ୍ତି, କାହା କାହା ସହିତ ଆନିଭର୍ସିରେ ଏମିତି ହୋଇଥାଏ ! କି ଏହା ପ୍ରତିଦିନର ଘଟଣା।

ଏହି ଭିଡିଓକୁ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବ ଫିଲଡିଂ କୋଚ୍‌ ଶ୍ରୀଧର ମଧ୍ୟ କମେଣ୍ଟ କରିଛନ୍ତି। ଆଉ ଲେଖିଛନ୍ତି, ଭଜି ବହୁତ ମଜାଦାର ଖେଳାଳି। ଏହି ସିରିଜ ମୋତେ ବହୁତ ପସନ୍ଦ ଆସିଛି।

ଆଉ ଜଣେ ଲେଖିଛନ୍ତି, ପିଟ୍‌ ଭାଉଜ ପିଟ୍‌।

ଅନ୍ୟ ଜଣେ ଲେଖିଛନ୍ତି, ଏମିତି ଦେଖି ମୋତେ ବିବାହ କରିବାକୁ ଡର ଲାଗୁଛି ।

 

View this post on Instagram

 

A post shared by Geeta Basra (@geetabasra)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.