ଖୁସି ହୋଇ ଘରକୁ ଫେରୁଥିଲେ, ହେଲେ ପଛପଟୁ କାଳ ହୋଇ ଆସିଲା ଡମ୍ଫର; ଚାଲିଗଲା ୫ ଜଣଙ୍କ ଜୀବନ

ମଧ୍ୟପ୍ରଦେଶ ମୁରେନା ଜିଲ୍ଲାରେ ଭୀଷଣ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବୋଲେରୋ ଏବଂ ଡମ୍ଫର ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଏମାନଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଗ୍ଵାଲିୟରର ଜୟାରୋଗ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଖବର ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସୂଚନା ମୁତାବକ, ନୁରାବାଦ ଥାନା ଅଞ୍ଚଳରେ ଜାତୀୟ ରାଜପଥ ୪୪ରେ ଗତ ରାତିରେ ଭୀଷଣ ସଡ଼କ ଦୁର୍ଘଟଣା ହୋଇଥିଲା। ବୋଲେରୋ ଗାଡିରେ କିଛି ଲୋକ ଗ୍ଵାଲିୟର ଫେରୁଥିଲେ। ଏହି ସମୟରେ ପଛରୁ ଅନିୟନ୍ତ୍ରିତ ହୋଇ ଏକ ଡମ୍ଫର ଆସି ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ବୋଲେରୋ ଉଡିଯାଇଥିଲା। ଆଉ ସେଥିରେ ଥିବା ୫ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା।

ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେକୁ ୨ ଜଣଙ୍କ ପ୍ରାଣ ଚାଲିଯାଇଥିଲା। ଅନ୍ୟ ୬ ଜଣଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା। ହେଲେ ହସପିଟାଲରେ ପହଞ୍ଚିବା ଆଗରୁ ୩ ଜଣଙ୍କର ପ୍ରାଣ ଚାଲିଯାଇଥିଲା। ଆଉ ଅନ୍ୟ ୩ ଜଣ ହସପିଟାଲରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ସୂଚନା ମୁତାବକ, ମୃତକ ଏବଂ ଆହତ ବ୍ୟକ୍ତି ସମସ୍ତେ ନୁରାବାଦ ଥାନା ଅଞ୍ଚଳର ବିତୋଲି ଗାଁର ବାସିନ୍ଦା। ଗତରାତିରେ ସେମାନେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ପୋଲିସ ଏମାନଙ୍କୁ ଉଦ୍ଧାର କରି ହସପିଟାଲ ପଠାଇଥିବା ଖବର ମିଳିଛି।

Also Read : ଚାରିଆଡେ ଭାସୁଥିଲା ଶବ, ଶୁଭୁଥିଲା ବିକଳ ଚିତ୍କାର, ନିଜ ଲୋକଙ୍କୁ ଖୋଜୁଥିଲା ଆଖି; ସାମ୍ନାକୁ ଆସିଲା ଛାତିଥରା ଭିଡିଓ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.