ରେଳ ଲାଇନରେ ଅଜଣା ମୃତ ଦେହ ଉଦ୍ଧାର, ଆରପିଏଫର ତଦନ୍ତ ଜାରି

ଯାଜପୁର: ହରୀଦାସପୁର ରେଳ ଷ୍ଟେସନ ନିକଟରେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନଲାଇନରେ କଟି ମୃତ୍ୟୁ ଘଟିଛି। ମୃତକଙ୍କ ସଠିକ ପରିଚୟ ମିଳିପାରିନାହିଁ। ସେ ଏକ ମାଟିଆ ରଙ୍ଗର ହାପ୍ ପ୍ୟାଣ୍ଟ ଓ ଧଳା ଛିଟ ସାର୍ଟ ପିନ୍ଧିଛନ୍ତି । ବ୍ୟକ୍ତି ଜଣଙ୍କ ବୟସ ପାଖାପାଖି ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।ଏହି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ରେଳବାଇ ପକ୍ଷରୁ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରାଯାଇଥିବାର ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.