ସମୁଦ୍ର ବାଲିରେ ମହଲ ତିଆରି କରି ପାଇଲେ ଗିନିଜ ବୁକରେ ସ୍ଥାନ, ଜାଣନ୍ତୁ କେମିତି ଥିଲା ତାଙ୍କ ପରିଶ୍ରମ

ବାର୍ଲିନ : ସମୁଦ୍ର ବାଲି ଏକ ଏମିତି ପଦାର୍ଥ ଯେଉଁଥିରେ ଆମେ ଓଦା ସମୟରେ ଅନେକ କିଛି ବାଲୁକା ମର୍ତ୍ତି କିମ୍ବା କାରୁକାର୍ଯ୍ୟ କରିପାରିବା। କିନ୍ତୁ ସୁନ୍ଦର ଏବଂ ମନୋରମ କରିବା ପାଇଁ ଯେଉଁ ପରିଶ୍ରମ ଓ ଧର୍ଯ୍ୟ ଦରକାର ତହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଏପରି କିଛି ପରିଶ୍ରମ ମାଧ୍ୟମରେ ଗିନିଜି ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି ରିଜୋର୍ଟ ଟଉନର କିଛି କଳାକାର । ସେମାନେ ସମୁଦ୍ର ବାଲିରେ ୫୭.୯୪ଫୁଟର ଏକ ସୁନ୍ଦର ମହଲ ତିଆରି କରିଛନ୍ତି।

 

 

 

ଏହି ମହଲଟିକୁ ସୁନ୍ଦର କରିବା ପାଇଁ ସେମାନେ ଅନେକ ଦିନ ହେବ ପରିଶ୍ରମ କରିଆସୁଥିଲେ। ଆଉ ଏବେ ଏହାକୁ ପୁର୍ଣ୍ଣାଙ୍ଗ ହୋଇ ଏକ ସୁନ୍ଦର ମହଲରେ ପରିଣତ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ୧୧ ଟନର ବାଲି ବ୍ୟବହୃତ ହୋଇଛି । ଗତ ମେ ମାସରୁ ଏହି କାମକୁ ଆରମ୍ଭ କରାଯାଇଥିଲା ଆଉ ଏବେ ଜୁନ ମାସରେ ଏହି କାମ ଶେଷ ହେବା ପରେ ଏବେ ଏହାକୁ ନିର୍ମାଣ କରିଥିବା ଟିମ ଗିନିଜ ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି । ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ କଠୋର ନିଷ୍ଠା ପାଇଁ ଏମାନେ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।

 

Leave A Reply

Your email address will not be published.