ଦଶପଲ୍ଲାରେ କନ୍ଧମାଳ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା

କନ୍ଧମାଳ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବିଧାୟକ ରମେଶ ବେହେରାଙ୍କୁ ସମ୍ବର୍ଦ୍ଧନା । ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କ ତରଫରୁ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗଣିଆ ବ୍ଳକ୍‌ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ଦଶପଲ୍ଲା ବ୍ଳକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍‌ଏସି ଅଧ୍ୟକ୍ଷା ବବିତା ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ । ପ୍ରଥମେ ଗଣିଆ ବ୍ଳକ୍‌ର କଳାପଟା ପୀଠରେ ଓ ପରେ ଦଶପଲ୍ଲାର ମେଳିଆ ତୋଟାରେ ସାଧାରଣ ସଭା ହୋଇଥିଲା । ସଭାରେ ଯୋଗ ଦେଇ ଡକ୍ଟର ସାମନ୍ତ କହିଥିଲେ ପ୍ରତି ବ୍ଳକ୍‌ରେ ତାଙ୍କର ଦୁଇ ଜଣିଆ ପ୍ରତିନିଧି ରହି କାମ କରିବେ । ସେମାନେ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରି ତାର ସମାଧାନ କରିବେ । ବିଧାୟକ ରମେଶ ବେହେରା କହିଥିଲେ ତାଙ୍କ ପ୍ରଥମ ମାସର ଦରମା ସେ ଫନି ପ୍ରଭାବିତ ଲୋକଙ୍କୁ ଦେବେ । ସଭାରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଦୁଇ ଜଣ ଯୋଗ୍ୟ ପ୍ରାର୍ଥୀ ନିର୍ବାଚିତ ହୋଇଥିବାରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.