Below header

ପଢ଼ିଛନ୍ତି ମାତ୍ର ଚତୁର୍ଥ ଶ୍ରେଣୀ, କିନ୍ତୁ ମୁଖରୁ ବାହାରୁଛି ଅନର୍ଗଳ ସଂସ୍କୃତ ଶ୍ଳୋକ ଓ ଆଧ୍ୟାତ୍ମିକତାର ସଙ୍ଗୀତ

ଧୁକୁ ଧୂକୁ ଚାଲି, ଧୁଡୁ ଧୁଦୁ ଚର୍ମ ରେ ଦିଶୁଥିବା ତେଜ। ଦେଖିଲା ମାନେ ମନକୁ ମନ ହସି ପକାଇବା ହେଉଛି ସକରାତ୍ମକ ପ୍ରଭାବ। ଆଦିବାସୀ ଅଧୁସସିତ ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ଝାଡଖଣ୍ଡ ସୀମାନ୍ତବର୍ତୀ ଉପାନ୍ତ ଗାଁ ମାନବୀର, ଆଉ ଏହି ଗାଁକୁ ଯାଇଥିଲେ ଆମ ରିପୋର୍ଟର, ଭେଟିଥିଲେ ଆଦିବାସୀ ଧର୍ମପରାୟଣା ବ୍ରହ୍ମଚାରିଣୀ ଫୁଲମଣି ବାଗେଙ୍କୁ । ତାଙ୍କୁ ଭେଟିବା ପରେ ସେ ଅନୁଭବ କରି ପାରିଲେ ଏକ ଶୁଭ ସକାଳ । ମାନେ ସତେଜ୍ ସୂର୍ଯ୍ୟ ଆଲୋକ।

୩୪ ବର୍ଷ ପୂର୍ବେ ଫୁଲମଣିଙ୍କ ଦେହ ଅସୁସ୍ଥ ହୋଇଥିଲା ଆଉ ସେତେବେଳେ ଯେତେ ଚିକିସ୍ଥା କରାଇଲେ ମଧ୍ୟ ଠିକ ହେଉନଥିଲେ ସେ। ସେହି ସମୟରେ ତାଙ୍କୁ ଭଗବାନ ଶିବଙ୍କ ସ୍ୱପ୍ନାଦେଶ ହୋଇଥିଲା। ଭଗବାନ ଫୁଲମଣିଙ୍କୁ ରୋଷେଇ ଜିନିଷ ଖାଇବାକୁ ବାରଣ କରି ଫଳମୂଳ ଖାଇ ବ୍ରହ୍ମଚାରିଣୀ ରହି ଭଗବାନଙ୍କ ସେବା କରିବାକୁ କହିଥିଲେ। ଠାକୁରଙ୍କ ପାଖରେ ନିଜକୁ ସମର୍ପଣ କରିବା ପରେ ନୂଆ ଜୀବନ ପାଇଥିଲେ ଫୁଲମଣି। ସ୍ବପ୍ନ ଆସିବା ପରଠାରୁ ଆରମ୍ଭ ହୋଇଥିଲା ଫୁଲମଣିଙ୍କ ଆଧ୍ୟାତ୍ମିକ ଜୀବନ। ଲୋଭ , ମୋହ ,ମାୟା ,କ୍ରୋଧ ଅହଂକାର ସବୁକୁ ପଛରେ ପକାଇ ନିଜ ଜୀବନକୁ ଠାକୁରଙ୍କ ନିକଟରେ ନିମଗ୍ନ କଲେ।

budhiବ୍ରହ୍ମଚାରିଣୀ ଫୁଲମଣି ତାଙ୍କ ଛୋଟ କୁଡ଼ିଆ ଘରେ ଶିବଲିଙ୍ଗ , ମା କିଚକେଶ୍ୱରୀ ଓ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୁର୍ଣ୍ଣ ସମର୍ପଣ ଭାବ ରଖି ବର୍ଷ ବର୍ଷ ଧରି ପୂଜା କରି ଆସୁଅଛନ୍ତି। ସଦାବେଳେ ଦେବାଦେବୀଙ୍କ ପୂଜାଚର୍ଚ୍ଚା କରିଆସୁଥିବାରୁ ଆଜିଯାଏ ତାଙ୍କୁ ଆଉ କୌଣସି ରୋଗ ମଧ୍ୟ ଛୁଇଁ ପାରିନାହିଁ। ୩୪ ବର୍ଷ ହେଲା ଫୁଲମଣି ଅନ୍ନ ଖାଇନାହାନ୍ତି , ଆହାର କହିଲେ କେବଳ କଞ୍ଚା କ୍ଷୀର ଓ ଜଙ୍ଗଲର ଫଳମୂଳ। ଆଶ୍ଚର୍ୟ୍ଯ ହେଲା ପାଠ ଦୁଇ ଅକ୍ଷର ପଢି ନାହାଁନ୍ତି, ଅଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ମୁହଁରୁ ବାହାରେ ଅନର୍ଗଳ ସଂସ୍କୃତ ଶ୍ଳୋକ ଓ ଆଧ୍ୟାତ୍ମିକ ସଙ୍ଗୀତ।

ଲୋକଙ୍କ ବିଶ୍ୱାସ, ପୂଜାର୍ଚ୍ଚନା ପରେ ଫୁଲମଣୀଙ୍କ ଆଶୀର୍ବାଦ ନେଲେ ମନସ୍କାମନା ପୁର୍ଣ୍ଣ ହୁଏ। ତେଣୁ ପ୍ରତେକ ଦିନ ଫୁଲମଣୀଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ସନ୍ତାନ ପ୍ରାପ୍ତି , ସୁଖ ସମୃଦ୍ଧି , ଚାକିରୀ ଆଦି ପାଇଁ ମାନସିକ ରଖି ସୁଫଳ ମଧ୍ୟ ହୋଇଥିବା ଲୋକେ କୁହନ୍ତି। ତେବେ ଫୁଲମଣି ଭଙ୍ଗାଦଦରା ମାଟି ଛପର ଘରେ ରହୁଥିବା ବେଳେ ଗ୍ରାମବାସୀ ସରକାରୀ ଘର ଦାବି କରିଛନ୍ତି। ଫୁଲମଣି ମଧ୍ୟ ଚାହାନ୍ତି ତାଙ୍କ ଭଙ୍ଗା ଦଦରା ମନ୍ଦିରର ରୂପ ବଦଳୁ ଆଉ ଠାକୁରଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ ହେଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.