Below header

ଆମେରିକା: ଉଡ଼ନ୍ତା ବିମାନରେ ହଠାତ୍‌ ମହିଳା କରି ବସିଲେ ଏଭଳି ହରକତ, କ୍ରୁ ମେମ୍ବର୍ସ କାବୁ କରି ଟେପ୍‌ରେ ବାନ୍ଧି ଦେଲେ

କ୍ରୁ ମେମ୍ବର୍ସଙ୍କୁ ବିମାନରେ ଉଡ଼ାଣ ସମୟରେ କେତେକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଏମିତି ହିଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଆମେରିକାନ୍‌ ଏୟାରଲାଇନ୍ସର ଏକ ବିମାନ ଭିତରର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ବିମାନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଅଜବ ହରକତ ଦେଖି ଅନ୍ୟ ପାସେଞ୍ଜର ଏବଂ କ୍ରୁ ମେମ୍ବର ମିଶି ତାଙ୍କୁ ଟେପ୍‌ରେ ବାନ୍ଧି ଦେଇଛନ୍ତି।

ଭିଡିଓରେ ଜଣେ ମହିଳା ଯାତ୍ରୀ ଉଡ଼ନ୍ତା ବିମାନରେ ଏଣେତେଣେ ଦୌଡ଼ୁଥିବା ନଜର ଆସୁଛନ୍ତି। ଏଥି ସହିତ ସେ ମଝି ଆକାଶରେ ବିମାନର କବାଟ ଖୋଲିବାକୁ ଚେଷ୍ଟା କରୁଛନ୍ତି। ୩ ଘଣ୍ଟାର ଯାତ୍ରା ସମୟରେ ମହିଳା ପାଖାପାଖି ୨ ଘଣ୍ଟା କାଳ ଏଭଳି ହଙ୍ଗାମା କରିଥିଲେ। ପରେ କ୍ରୁ ମେମ୍ବରମାନେ ତାଙ୍କୁ କାବୁ କରି ନେଇଥିଲେ।

ମହିଳା ଜଣକ ଅତ୍ୟଧିକ ଉତ୍ପାତ କରିଥିଲେ। ସିଟ୍‌ ତଳେ ଯାଇ ବସି ପଡ଼ୁଥିଲେ, ଏପରିକି, ନିଜକୁ ବାଥରୁମ୍‌ରେ ବି ଲକ୍‌ କରି ଦେଇଥିଲେ। ବିମାନ କ୍ୟାପଟେନ, କ୍ରୁ ମେମ୍ବରଙ୍କ ଛଡ଼ା ଅନ୍ୟ ଯାତ୍ରୀମାନେ ମଧ୍ୟ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମାନି ନ ଥିଲେ। ଏହି ସମୟରେ ତାଙ୍କର ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ସହିତ ଝଗଡ଼ା ମଧ୍ୟ ହୋଇଯାଇଥିଲା ଏବଂ ମହିଳା ତାଙ୍କୁ କାମୁଡ଼ି ପକାଇଥିଲେ।

ଏୟାରଲାଇନ୍‌ କହିଛି, ଲ୍ୟାଣ୍ଡିଙ୍ଗ୍‌ ପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଚିହ୍ନଟ କରାଯାଇପାରି ନାହିଁ। ଆଗାମୀ ଯାତ୍ରା ପାଇଁ ମହିଳାଙ୍କୁ ବ୍ୟାନ୍‌ କରି ବ୍ଲକ ଲିଷ୍ଟରେ ପକାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.