ଠକିନେଲା ସାଇବର ଠକ, ତଲାକ ଦେଇଦେଲା ସ୍ବାମୀ

ଅନ୍‌ଲାଇନ୍‌ ଠକେଇର ଶିକାର ହୋଇ ମହିଳା ହରାଇଲେ ଲକ୍ଷେ ୭୦ ହଜାର ଟଙ୍କା । ଏହାପରେ ରାଗରେ ମହିଳାଙ୍କୁ ତଲାକ୍‌ ଦେଇଦେଲେ ତାଙ୍କ ସ୍ୱାମୀ । ଫୋନ୍‌ରେ ଠକେଇ ଓ ଫୋନରେ ତଲାକ୍‌ ।

କେନ୍ଦ୍ରାପଡା(କେନ୍ୟୁଜ୍): ସାଇବର ଠକେଇ ଭାଙ୍ଗିଦେଲା ସୁନା ସଂସାର । ଅନ୍‌ଲାଇନ୍‌ ଠକେଇର ଶିକାର ହୋଇ ମହିଳା ହରାଇଲେ ଲକ୍ଷେ ୭୦ ହଜାର ଟଙ୍କା । ଏହାପରେ ରାଗରେ ମହିଳାଙ୍କୁ ତଲାକ୍‌ ଦେଇଦେଲେ ତାଙ୍କ ସ୍ୱାମୀ । ଫୋନ୍‌ରେ ଠକେଇ ଓ ଫୋନରେ ତଲାକ୍‌ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବାବୁରାମ ପାଟଣା ଗାଁର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ମାର୍ଚ୍ଚ ମାସରେ ଜଣେ ମୁସଲମାନ ମହିଳା ଜମରୁନ ବିବି ସାଇବର ଠକେଇର ଶିକାର ହୋଇଥିଲେ । ଫେସବୁକରେ ରବି ଶର୍ମା ନାମକ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ପଚିଶ ଲକ୍ଷ ଟଙ୍କାର ଗିପ୍ଟ ଦେବେ କହିଥିଲା ସାଇବର ଠକ । ହାର, ଫ୍ରିଜ, ଆଇଫୋନ, ଏସି ଭଳି ଦାମୀ ଉପହାର କୋରିଅରରେ ପଠାଇଥିବା କହିଥିଲା । ବଦଳରେ ଜମରୁନଙ୍କୁ କୋରିଅର ଚାର୍ଜ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା ଠକ ।

ଲୋଭରେ ପଡ଼ି ଠକ ରଶି ଶର୍ମାଙ୍କୁ ଫୋନ୍‌ ପେ ଓ ଆକାଉଣ୍ଟରେ ପଠାଇଥିଲେ ଟଙ୍କା । କିନ୍ତୁ ଆସି ନଥିଲା ଉପହାର । ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ତାଙ୍କ ସଂସାରରେ ଝଡ଼ ଆସିଛି । ଗୁଜୁରାଟରେ ଏକ କମ୍ପାନୀରେ ତାଙ୍କ ସ୍ୱାମୀ ଶେଖ ରାଜିଦ କାମ କରୁଛନ୍ତି । ଏକଥା ଜାଣିବା ପରେ ଫୋନ୍‌ରେ ଜମରୁନଙ୍କୁ ତିନ ତଲାକ ଦେଇଥିଲେ ତାଙ୍କ ସ୍ୱାମୀ । ଏଥିସହ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ଜମରୁନ ଚାରି ପୁଅ ଝିଅଙ୍କୁ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିବା ସହ ଭରଣପୋଷଣ ଦାବି କରିଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.