ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତରେ ୩ ମହିଳା ମୃତ, ଜଣେ ଗୁରୁତର

ବଜ୍ରାଘାତରେ ଜଳିଗଲା ଏକ ଆମ୍ବ ଗଛରେ ଉପରେ ଥିବା କୁଟାଭାଡ଼ି। ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ମେଡ଼ିକାଲରେ ପହଞ୍ଚି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଅଙ୍କୁରା ସାହିର ହୋଇଥିବା ବେଳେ ଜଣକ ଘର ନିକଟ ଶୋରାସପୋଷି ଗାଁରେ।

କରଞ୍ଜିଆ(କେନ୍ୟୁଜ୍): ବଜ୍ରାଘାତରେ ୩ ମହିଳା ମୃତ,ଜଣେ ଗୁରୁତର କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସା ଚାଲିଛି। କରଞ୍ଜିଆ ଏନଏସି ୧୪ନ.ୱାର୍ଡ ଅଙ୍କୁରା ସାହିର ଘଟିଛି ଅଘଟଣ। ବଜ୍ରାଘାତରେ ଜଳିଗଲା ଏକ ଆମ୍ବ ଗଛରେ ଉପରେ ଥିବା କୁଟାଭାଡ଼ି। ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ମେଡ଼ିକାଲରେ ପହଞ୍ଚି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଅଙ୍କୁରା ସାହିର ହୋଇଥିବା ବେଳେ ଜଣକ ଘର ନିକଟ ଶୋରାସପୋଷି ଗାଁରେ। ତେବେ କିଛି ସମୟ ପୂର୍ବରୁ କରଞ୍ଜିଆରେ ହଠାତ୍ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଯେଉଁ ସମୟରେ କି ବଜ୍ରାଘାତ ହୋଇ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି।

ତେବେ ଅଘଟଣ ଘଟିଥିବା ସ୍ଥାନରୁ କିଛି ଦୂରରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଘର ଥୁବାରୁ,ନିଜେ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ମେଡ଼ିକାଲ ନେବା ପାଇଁ ପୋଲିସ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ତତ୍ପର କରିଥିଲେ।   ଏଭଳି ଅଘଟଣ ଘଟିବା ପରେ ବର୍ତ୍ତମାନ କରଞ୍ଜିଆ ମେଡ଼ିକାଲରେ କାନ୍ଦ ବୋବାଳିର ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.