ମଇଳା ହୋଇ ଖରାପ ଦେଖାଯାଉଛି କି ଆପଣଙ୍କ ସ୍ୱିଚ୍‌ ବୋର୍ଡ, ତେବେ ଏହି ଉପାୟରେ କରନ୍ତୁ ଏକଦମ୍‌ ଚକାଚକ୍‌

ପ୍ରାୟତଃ ଆମ ହାତରେ ଲାଗିଥିବା ଧୂଳି, ମଳି, ତେଲ ଏବଂ ଅନ୍ୟ ସବଷ୍ଟାନ୍ସ ପାଇଁ ସୁଇଚ ବୋର୍ଡ ଖରାପ ହୋଇଥାଏ ।

ଆମେ ସବୁବେଳେ ଚାହାଁନ୍ତି ଯେ ଆମ ଘର ସବୁବେଳେ ସଫା ସୁତୁରା ରହୁ । ଏଥିପାଇଁ ଆମେ ପ୍ରତିଦିନ ଝାଡୁ ପୋଛା କରନ୍ତି । କିନ୍ତୁ କିଛି ଜିନିଷ ଏମିତି ଅଛି, ଯାହା ଆମେ ନଜର ଅନ୍ଦାଜ କରିଦିଅନ୍ତି । ତାହା ହେଉଛି ସୁଇଚ ବୋର୍ଡ । ଏହି ବୋର୍ଡ ପ୍ରାୟତଃ ଆମ ହାତରେ ଲାଗିଥିବା ଧୂଳି, ମଳି, ତେଲ ଏବଂ ଅନ୍ୟ ସବଷ୍ଟାନ୍ସ ପାଇଁ ଖରାପ ହୋଇଥାଏ । କିନ୍ତୁ ସଫା କରିବା ବାରି ଆସିଲେ ଆମେ ଏହାକୁ ଅଣଦେଖା କରିଦିଅନ୍ତି । କିନ୍ତୁ ଧୂଳି ମଳିରେ ଖରାପ ହୋଇଯାଇଥିବା ସ୍ୱିଚ ବୋର୍ଡକୁ ସଫା କରିବା ବହୁତ ଜରୁରୀ ହୋଇଥାଏ, ଯାହାଦ୍ୱାରା ଘର ସୁରକ୍ଷିତ ଏବଂ ସ୍ୱଚ୍ଛ ରହିବ ।

ମଇଳା ହୋଇଯାଇଥିବା ସ୍ୱିଚ ବୋର୍ଡକୁ ସଫା କରିବା ପାଇଁ ଟୁଥପେଷ୍ଟ ଏକ ବହୁତ ଉପଯୋଗୀ ଉପାୟ ହୋଇଥାଏ । ଟୁଥପେଷ୍ଟରେ ମହଜୁଦ୍‌ ଥିବା ଆଣ୍ଟିସେପଟିକ ଗୁଣ ଏହାକୁ ସଫା କରିବାରେ ବେଶ୍‌ ସହାୟକ ହୋଇଥାଏ । ଏବଂ ଭାଇରସକୁ ମାରିଥାଏ । ଆପଣଙ୍କୁ ଆଜି ଆମେ ଏକ ବହୁତ ବଢ଼ିଆ ଟ୍ରିକ ବତାଇବୁ ଯାହାଦ୍ୱାରା ମଇଳା ସ୍ୱିଚ ବୋର୍ଡ ସଫା ହୋଇ ଏକଦମ୍‌ ନୂଆ ଭଳି ଦିଶିବ ।

  • ସ୍ୱିଚ୍‌ ବୋର୍ଡ କିମ୍ବା ବଟନକୁ ବାହାର କରିଦିଅନ୍ତୁ। କିନ୍ତୁ ବାହାର କରିବା ପୂର୍ବରୁ ବିଦ୍ୟୁତ୍‌ ଆଘାତ ଠାରୁ ରକ୍ଷା ପାଇବା ପାଇଁ ରବର କିମ୍ବା ଚମଡା ଜୋତା ପିନ୍ଧନ୍ତୁ ।
  • ଏବେ ଅଳ୍ପ ମାତ୍ରାରେ ଟୁଥପେଷ୍ଟ ନିଅନ୍ତୁ ଏବଂ ଏହାକୁ କିଛି ସମୟ ପର୍ଯ୍ୟନ୍ତ ବୋର୍ଡ ଉପରେ ଲଗାଇ ଦିଅନ୍ତୁ ।
  • ଏକ ଟୁଥବ୍ରସ ନେଇ ଧିରେ ଧିରେ ସ୍ୱିଚ୍‌ ବୋର୍ଡ ଏବଂ ତାର ବଟନକୁ ସଫା କରନ୍ତୁ ।
  • ଏବେ ଏକ ନରମ କପଡାକୁ ନେଇ ବୋର୍ଡକୁ ଭଲଭାବେ ପରିଷ୍କାର କରି ସଫା କରନ୍ତୁ । ସମସ୍ତ ଜାଗାକୁ ଭଲଭାବେ ପୋଛିଦିଅନ୍ତୁ । ଯେପରି କୌଣସି ଜାଗା ଆପଣ ଛାଡିନଦିଅନ୍ତି ।
  • ଆପଣ ବୋର୍ଡକୁ ଏକ ଅଲଗା ରଗଡିଆ କପଡାର ସଫା କରନ୍ତୁ । ସୁଖିବା ପରେ ଏହାକୁ ପୂର୍ନବାର ଫିଟ କରିଦିଅନ୍ତୁ ।

ମଇଳା ସ୍ୱିଚ୍‌ ବୋର୍ଡକୁ ସଫା କରିବା ପାଇଁ ବେକିିଙ୍ଗ ସୋଡା ମଧ୍ୟ ଏକ ବହୁତ ଉପଯୋଗୀ ଉପାୟ । ବେକିଙ୍ଗ ସୋଡା ଏକ ନେଚୁରାଲ ଲେଦର ରୂପେ କାମ କରିଥାଏ, ଯାହା ଆପଣଙ୍କ ବୋର୍ଡକୁୁ ସଫା କରିବାରେ ସାହାଯ୍ୟ କରିଥାଏ । ଆପଣ ଏହି ତରିକାରେ ମଇଳା ସ୍ୱିଚ୍‌ ବୋର୍ଡକୁ ସଫା କରିପାରିବେ ।

  • ବେକିଙ୍ଗ ସୋଡାରେ ସଫା କରିବା ପାଇଁ ପ୍ରଥମେ ଆପଣ ବୋର୍ଡରୁ ସମସ୍ତ ସ୍ୱିଚ ବଟନକୁ ବାହାର କରିଦିଅନ୍ତୁ ।
  • ଏକ ଅଳ୍ପ ପରିମାଣର ବେକିଙ୍ଗ ସୋଡା ନିଅନ୍ତୁ ଏବଂ ଏହାକୁ ପାଣି ସହିତ ମିଶାଇ ଦିଅନ୍ତୁ ଯାହାଦ୍ୱାରା ଏକ ପେଷ୍ଟ ପ୍ରସ୍ତୁତ ହୋଇଯିବ ।
  • ଏହି ପେଷ୍ଟକୁ ଉପଯୋଗ କରି ସମସ୍ତ ସ୍ୱିଚ ଏବଂ ବଟନକୁ ଆପଣ ସଫା କରନ୍ତୁ ।
  • ଏହାପରେ ଏକ ନରମ କପଡା ସାହାଯ୍ୟରେ ବୋର୍ଡକୁ ସଫା କରିଦିଅନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.