ମାଓବାଦୀଙ୍କ ବର୍ବରକାଣ୍ଡ: ଅପହୃତ ଯବାନ ମୁରଲୀ ତାତିଙ୍କୁ କଲେ ହତ୍ୟା

ମାଲକାନଗିରି: ମାଓବାଦୀଙ୍କ ବର୍ବରକାଣ୍ଡ । ଅପହୃତ ଯବାନ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ । ଏନେଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଜାରି ହୋଇଛି। ଗତ ୨୧ ତାରିଖ ଅପରାହ୍ନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ASI ମୁରଲୀ ତାତିଙ୍କୁ ଅପହରଣ କରିଥିଲେ ମାଓବାଦୀ ।

ସହିଦ ଯବାନଙ୍କ ଘର ବିଜାପୁର ପାଲନାରେ । ସେ ଜଗଦଲପୁରରେ ପୋଲିସ ASI ଭାବେ କାର୍ଯ୍ୟ କରୁଥିଲେ । ଛୁଟିରେ ଘରକୁ ଯାଇ ଗାଁ ନିକଟରେ ମେଳା ଦେଖିବା ପାଇଁ ଯିବାବେଳେ ମାଓବାଦୀ ଯବାନଙ୍କୁ ଅପହରଣ କରିନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.