Below header

ଅଭିଜିତ୍‌ ଆୟାର ମିତ୍ରଙ୍କୁ ମିଳିଲା ଜାମିନ

ଭୁବନେଶ୍ବର(କେନ୍ୟୁଜ୍) : ଅଭିଜିତ୍‌ ଆୟାର ମିତ୍ରଙ୍କୁ ଜାମିନ । ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ରାଜ୍ୟ ସରକାର ଅଭିଜିତଙ୍କ ବିରୋଧରେ ଥିବା ମାମଲାକୁ ପ୍ରତ୍ୟାହାର ପରେ ବେଲ ମିଳିଛି । ଗତ ଅକ୍ଟୋବର ୨୩ତାରିଖରେ ତାଙ୍କୁ ଗିରଫ କରିଥିଲା ଭୁବନେଶ୍ୱର ସହିଦନଗର ଥାନା ପୋଲିସ । ପୂର୍ବରୁ ନିଜ ମନ୍ତବ୍ୟ ପାଇଁ ଓଡ଼ିଶାବାସୀଙ୍କୁ ଅଭିଜିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ସେହିପରି ବିଧାୟକଙ୍କ ପ୍ରତି ଦେଇଥିବା ଆକ୍ଷେପମୂଳକ ମନ୍ତବ୍ୟ ମାମଲାରେ ବିଧାନସଭା ଗୃହ କମିଟିରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିବା ସହ ସତ୍ୟପାଠ ଦାଖଲ କରିଥିଲେ ଅଭିଜିତ ।

hc ନଭେମ୍ବର ୧୬ରେ ବିଧାନସଭା ଗୃହ କମିଟି ତାଙ୍କୁ କ୍ଷମା ଦେଇଥିଲେ । ଓଡ଼ିଶା ବୁଲି ଆସିବା ବେଳେ କୋଣାର୍କ ସୂର‌୍ୟ୍ୟମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ ଆୟାର ମିତ୍ର । ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ତାଙ୍କର ମନ୍ତବ୍ୟକୁ ନେଇ ସହିଦନଗର ଓ କୋଣାର୍କ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗିରଫ ପରଠୁ ଭୁବନେଶ୍ୱର ଝାରପଡ଼ା ଅଭିଜିତ ଜେଲରେ ଥିଲେ । ତେବେ ରବିବାର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.