ଶ୍ରୀନହରରେ ଗଜପତି ମହାରାଜଙ୍କ ଅଭିଷେକ ନୀତି

ଶ୍ରୀନଅର ଆଜି ଉତ୍ସବ ମୁଖର। ଆଜି ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜଙ୍କ ଅଭିଷେକ ନୀତି ଶ୍ରୀନହରରେ ଅନୁଷ୍ଠିତ ହୋଇଛି ।

ପୁରୀ : ଶ୍ରୀନଅର ଆଜି ଉତ୍ସବ ମୁଖର। ଆଜି ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜଙ୍କ ଅଭିଷେକ ନୀତି ଶ୍ରୀନହରରେ ଅନୁଷ୍ଠିତ ହୋଇଛି । ଶ୍ରୀନହରରେ ଗଜପତିଙ୍କ ଇଷ୍ଟଦେବୀ କନକଦୂର୍ଗାଙ୍କ ପାଖରେ ବିଧିବିଧାନ ଅନୁଷାରେ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା ନୀତି ପରେ ଅଭିଷେକ ନୀତି କରାଯାଉଛି ।

ବରୁଣ ପୂଜା,,ବର୍ଧନ ପୂଜା,କଳସ ପୂଜା,ରାମାଭିସେକ ପଟି ପୂଜା ପରେ ଅଭିମନ୍ତ୍ରିତ କରାଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅଭିଷେକ କରାଯାଇଛି । ଉତ୍କଳୀୟ ଗଜପତି ପରମ୍ପରାର ଅଭିଷେକ ଉତ୍ସବରେ ଷୋଳ ଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରରେ ଉପସ୍ଥିତ ରହି ଗଜପତିଙ୍କୁ ଭେଟି ଆକାରରେ ପଇତା,ଗୁଆ ନଡ଼ିଆ ଆଦି ପ୍ରଦାନ କରି ଆଶୀର୍ବାଦ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.