ବେଆଇନ ମାଟି ଉଠାଣର ତଦନ୍ତ ବେଳେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର,କାନ୍ଦି କାନ୍ଦି ଥାନାରେ କଲେ ଅଭିଯୋଗ

ଭଦ୍ରକ(କେନ୍ୟୁଜ): ବେଆଇନ ମାଟି ଉଠାଣର ତଦନ୍ତ ବେଳେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ । କାନ୍ଦି କାନ୍ଦି ନିଜ କାର୍ଯ୍ୟାଳୟକୁ ଫେରିଲେ ବନ୍ତ ଅତିରିକ୍ତ ତହସିଲଦାର ବିନୀତା ରାଣୀ କିସ୍କୁ । ୩ଜଣ ଯୁବକ ତଦନ୍ତ ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରି ଦୁର୍ବ୍ୟବହାର କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।

ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଣିଜୋ ଅଞ୍ଚଳର ଘଟଣା । ଏହି ଅଞ୍ଚଳରୁ କିଛି ବ୍ୟକ୍ତି ସରକାରୀ ଓ ବେସରକାରୀ ଜାଗାରୁ ବେଆଇନ ଭାବେ ମାଟି ଉଠାଣ କରୁଥିଲେ । ଏନେଇ ଗ୍ରାମର କିଛି ଯୁବକ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ତଦନ୍ତ ଦାବି କରିଥିଲେ । ପରେ ବନ୍ତ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ପାଇଁ ଯାଇଥିଲେ ଅତିରିକ୍ତ ତହସିଲଦାର ବିନୀତା ରାଣି କିସ୍କୁ । ଅଣିଜୋ ଆରଆଇ ସର୍କଲ ଅଧୀନ ନରିପୁର ଗାଁରେ ତଦନ୍ତ କରି ଫେରୁଥିବା ବେଳେ ୩ଜଣ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାର କରିଥିଲେ ।

ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ସେ ସେଠାରୁ ଆରଆଇ ଅଫିସ ଚାଲିଯାଇଥିଲେ । ତାଙ୍କୁ ପିଛା କରି ୩ଯୁବକ ଆରଆଇ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । ପୋଲିସ ସହାୟତାରେ ସେ ନିଜ କାର୍ଯ୍ୟାଳୟକୁ ଫେରିଛନ୍ତି । ଏନେଇ ଆଗରାପଡା ଥାନାରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.