ସୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୁଣ୍ଡ ଛିଣ୍ଡି ପଡିଲା ରାସ୍ତାରେ

ବାଲେଶ୍ୱର : ସୋର ଥାନା ଦହିସଡା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକଙ୍କ ନାମ ଶ୍ରୀକାନ୍ତ  ନାୟକ ଓ ତାଙ୍କ ଘର  ମୁଗୁନୀ ପୁର ଅଞ୍ଚଳରେ ବୋଲି ଜଣା ପଡିଛି। ଶ୍ରୀକାନ୍ତ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ବାଟରେ ଟ୍ରକ ସହ ତାଙ୍କ ବାଇକ ଦୁର୍ଘଟଣା  ହୋଇଥିଲା। ଦୁର୍ଘଟଣାଟି  ଏତେ ଜୋରରେ ହୋଇଥିଲା ଯେ, ଶ୍ରୀକାନ୍ତଙ୍କ ଶରୀରରୁ ମୁଣ୍ଡଟି ଅଲଗା ହୋଇଯାଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ୧୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ପରେ ଘଟଣାସ୍ଥଳରେ ପୋଲିସ  ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.