କେନ୍ଦୁଝର: ଗାଡି ଚେକିଂ ବେଳେ RTO କର୍ମଚାରୀଙ୍କ ଉପରେ ମାଡିଗଲା ଟ୍ରକ୍, ଡ୍ରାଇଭର ଫେରାର

କେନ୍ଦୁଝର(କେନ୍ଯୁଜ୍) : ଗାଡି ଚେକିଂ ବେଳେ ଚାପିଦେଲା ଟ୍ରକ। RTO କର୍ମଚାରୀଙ୍କ ଉପରେ ମାଡିଗଲା ଗାଡି। କେନ୍ଦୁଝର ଟାଉନ ଥାନା ପୋକରାପାଣି ନିକଟସ୍ଥ ୨୦ନମ୍ବର ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତକ ଆରଟିଓ ଅଫିସର ଡ୍ରାଇଭର ବିଜୟ କୁମାର ମହାନ୍ତ। ଏକ ମାଲବାହୀ ଟ୍ରକକୁ ଅଟକାଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.