Below header

ଖୋର୍ଦ୍ଧା: ଟାଙ୍ଗୀ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ

ଟାଙ୍ଗୀ (ଖୋର୍ଦ୍ଧା): ଏମିତି ଘଟିଲା ଏକ ଅଦଭୁତ ଦୁର୍ଘଟଣା । ବାଇପାସ ପଥରବନ୍ଧ ଛକ ଠାରେ ସଡକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଛି। ମୃତକ ହେଲେ ବ୍ରହ୍ମପୁର ନାଉଳି ଗ୍ରାମର ୪୦ ବର୍ଷୀୟ ରାଜେନ୍ଦ୍ର ସେଠୀ। ରାଜେନ୍ଦ୍ର ଖୋର୍ଦ୍ଧାରୁ ପାଇପ କାମ ସରି ଘରକୁ ଫେରୁଥିବା ବେଳେ ପଥରବନ୍ଧ ଛକଠାରେ ଏକ ବୋଲେରୋ ସହ ତାଙ୍କର ଧକ୍କା ହୋଇଥିଲା । ଗାଡ଼ିଟି ଆରଟିଓ ଷ୍ଟାଫଙ୍କୁ ଦେଖି ହଠାତ ବ୍ରେକ ମାରି ଦେଇଥିଲା। ଯାହା ଫଳରେ ସେହି ବୋଲେରୋ ଗାଡିର ପଛେ ପଛେ ଯାଉଥିବା ରାଜେନ୍ଦ୍ରଙ୍କ ବାଇକ ତା ଦେହରେ ଖୁବ୍‌ ଜୋର୍‌ରେ ପିଟି ହୋଇଯାଇଥିଲା । ରାଜେନ୍ଦ୍ର ତଳେ ପଡିଯାଇଥିବା ବେଳେ ପଛପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା। ଯାହାଫଳରେ ରାଜେନ୍ଦ୍ରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ବାରମ୍ବାର ଏଠାରେ ଏମିତି ଦୁର୍ଘଟଣା ଘଟି ବହୁ ଜୀବନ ଯାଉଥିବାର ଅଭିଯୋଗ ଆଣି ସ୍ଥାନୀୟ ଲୋକେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ସହିତ ଆନ୍ଦୋଳନରେ ବସିଥିବା ଲୋକଙ୍କୁ ବୁଝାସୁଝା କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହା ପରେ ସେହି ରାସ୍ତାରେ ଗାଡି ଚଳାଚଳକୁ ସ୍ବାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.