Below header

ଆଶ୍ଚର୍ଯ୍ୟ : ୧୨ ବର୍ଷର ପିଲା ଲେଖିଲେ ୧୩୫ଟି ବହି ଯାହା ହୋଇଗଲା ୱାର୍ଲଡ ରେକର୍ଡ

ଜଣେ ଲେଖକ ହେବାକୁ ହେଲେ ଦୁନିଆ ଦେଖିବାକୁ ପଡେ କାରଣ ଏହା ଏକ ପିଲାଖେଳ ନୁହେଁ। ଗୋଟିଏ ଗୋଟିଏ ଶବ୍ଦର ତୀର ଯୋଡ଼ିଲେ ଏହା ଲକ୍ଷ୍ୟସ୍ଥଳକୁ ଭେଦ କରିଥାଏ। ବୟସ ଅଧିକ ହେଲେ ଦୁନିଆ ବିଷୟରେ ଭଲସେ ଜାଣିଲେ ତ ଜଣେ ଲେଖକ ହୋଇପାରିବ, କିନ୍ତୁ ନା ଉପରୋକ୍ତ ସମସ୍ତ କଥାକୁ ଭୁଲ ପ୍ରମାଣ କରି ଦେଖାଇଛନ୍ତି ଜଣେ ୧୨ ବର୍ଷର ପିଲା। ମାତ୍ର ୧୨ ବର୍ଷ ବୟସରେ ସେ ଲେଖିଛନ୍ତି ୧୩୫ଟି ବହି। ଆଶ୍ଚର୍ଯ୍ୟ ହୋଇଗଲେ ନା ?ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ବାସ କରନ୍ତି ମୄଗେନ୍ଦ୍ରରାଜ ପାଣ୍ଡେ। ବୟସ ମାତ୍ର ୧୨ବର୍ଷ। ଏହି ବୟସରେ ସେ ଲେଖିସାରିଛନ୍ତି ୧୩୫ରୁ ଉର୍ଦ୍ଧ୍ୱ ବହି। ମୄଗେନ୍ଦ୍ରରାଜଙ୍କ କହିବାନୁଯାୟୀ ପିଲାବେଳୁ ତାଙ୍କୁ ଲେଖକ ହେବାର ବହୁତ ସ୍ୱପ୍ନ ଥିଲା। ମାତ୍ର ୬ ବର୍ଷ ବୟସରୁ ହିଁ ସେ ଲେଖିବା ଆରମ୍ଭ କରିଦେଇଥିଲେ। ପ୍ରଥମେ ପ୍ରଥମେ ସେ କବିତା ଲେଖୁଥିଲେ,ତାଙ୍କର ପ୍ରଥମ ବହି ଏକ କବିତା ସଂକଳନ ଥିଲା। ରାମାୟଣର ୫୧ଟି ଚରିତ୍ରକୁ ନେଇ ବିଶ୍ଲେଷଣ କରିବା ସମୟରେ ମଧ୍ୟ ସେ ଗୋଟେ ବହି ଲେଖିଥିଲେ। ତାଙ୍କର ପ୍ରତ୍ୟେକ ବହି ପାଖାପାଖି ୨୫ରୁ ୧୦୦ ପୃଷ୍ଠା ମଧ୍ୟରେ ହୋଇଥାଏ। ଏପରିକି ରାଜଙ୍କୁ ଲଣ୍ଡନ ସ୍ଥିତ ୱାର୍ଲଡ ୟୁନିଭର୍ସିଟି ଅଫ ରେକର୍ଡସରେ ଡକ୍ଟରେଟ କରିବା ପାଇଁ ମଧ୍ୟ ଅଫର ମିଳିଥିଲା।

ମୃଗେନ୍ଦ୍ରଙ୍କ ସ୍ୱପ୍ନ ଯେ ସେ ଜଣେ ବହୁତ ବଡ଼ ଲେଖକ ହେବେ। ମୃଗେନ୍ଦ୍ରଙ୍କ ବାପା ଷ୍ଟେଟସ ସୁଗାର ଇଣ୍ଡଷ୍ଟ୍ରି ରେ କାମ କରନ୍ତି ଏବଂ ତାଙ୍କ ମା ଜଣେ ଅଧ୍ୟାପିକା। ନିଜ ପୁଅ ବିଷୟରେ ସେ କୁହନ୍ତି କି “ମୄଗେନ୍ଦ୍ରଙ୍କୁ ପିଲାବେଳୁହିଁ ପଢାଲେଖାର ବହୁତ ଆଗ୍ରହ ଥିଲା ଏବଂ ଆମେମାନେ ମଧ୍ୟ ତାକୁ ପ୍ରୋତ୍ସାହିତ କରୁଥିଲୁ”। ମୄଗେନ୍ଦ୍ରଙ୍କ କହିବା ଅନୁଯାୟୀ ସେ ଯେକୌଣସି ବିଷୟକୁ ନେଇ ଅଧିକରୁ ଅଧିକ ପୁସ୍ତକ ଲେଖିବାକୁ ଚାହାଁନ୍ତି ଏବଂ ବଡ଼ ହୋଇ ସେ ଜଣେ ପ୍ରସିଦ୍ଧ ଲେଖକହେବେ ବୋଲି ତାଙ୍କର ସ୍ୱପ୍ନ ରହିଛି। ତାଙ୍କର ଲେଖାପାଇଁ ଲୋକ ତାଙ୍କୁ ଆଜିର ଅଭିମନ୍ୟୁ ବୋଲି କୁହନ୍ତି। ଏହା ସହିତ ମୄଗେନ୍ଦ୍ରଙ୍କ ନାମରେ ୪ ବିଶ୍ଵ ରେକର୍ଡ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.