ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ, ଦୁର୍ଲଭ ବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ (କେନ୍ୟୁଜ୍) : ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥ ଉପରେ ମହଣ ମହଣ ମୋତି, ମାଣିକ୍ୟ, ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଝଟକୁଛନ୍ତି ମହାପ୍ରଭୁ । ରାଜଧିରାଜ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ରଥରେ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୪ଟାରେ ସୁନାବେଶ ଲାଗି ଆରମ୍ଭ ହୋଇଥିଲା ।

ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରତ୍ନ ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାର ଅଣାଯାଇ ମହାପ୍ରଭୁଙ୍କୁ ସଜ୍ଜିତ କରାଯାଇଛି। ରାତି ୧୨ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରଥ ଚାରିପାଖ, ଶ୍ରୀମନ୍ଦିର ଓ ସହରରେ ପ୍ରାୟ ୧୪୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ଆସନ୍ତାକାଲି ମହାପ୍ରଭୁଙ୍କ ଅଧରପଣା ନୀତି ଓ ୧୫ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.