Below header

ଭୁବନେଶ୍ୱର ସିଡିଏ ଅଫିସ୍ ଆଗରେ ଦୁର୍ଘଟଣାର ଲାଇଭ ଭିଜୁଆଲ, ଦେଖନ୍ତୁ କେମିତି ହଠାତ୍ ରଙ୍ଗ୍ ରୁଟ୍‌ରେ ମାଡି ଆସୁଛି କାର୍‌

ଭୁବନେଶ୍ବର: ବେପାରୁଆ ଗାଡି ଚାଳନାର ନଗ୍ନ ନମୁନା । କାର ଚାଳକଙ୍କ ଦାୟିତ୍ୱହୀନ ଡ୍ରାଇଭିଂ । ହଠାତ ରୁଟ ବଦଳାଇ ରଙ୍ଗ୍ ରୁଟରେ ଯାଇ ବାଇକକୁ ଧକ୍କା ଦେଲା କାର । ଗୋଟିଏ ନୁହେଁ ଦୁଇ ଦୁଇ ବାଇକକୁ ଧକ୍କା ଦେଲା । ଦେଖନ୍ତୁ ଆକ୍ସିଡେଣ୍ଟର EXCLUSSIVE ଲାଇଭ ଭିଜୁଆଲ । କାର ଧକ୍କା ପରେ ଛିଟିକି ପଡିଲେ ବାଇକ ଚାଳକ । ହଠାତ ରୁଟ ବଦଳାଇ ଦ୍ରୁତ ଗତିରେ ବାଇକକୁ ଧକ୍କା ଦେଲା କାର । ଛିଟିକି ପଡିଲେ ବାଇକ ଚାଳକ ଓ ମହିଳା । ଏହାପରେ ବି କମିନି କାରର ସ୍ପିଡ୍‌ । ଆଉ ଏକ ବାଇକକୁ ହିଟ କଲା କାର । ବାଇକ ଚାଳକ ବି ଗୁରୁତର ଆହତ ହେଲେ । କାରର ବେଗ ଏତେ ଅଧିକ ଥିଲା ଯେ ନିୟନ୍ତ୍ରଣ ରଖିପାରିଲା ନାହିଁ । ଜନ ଗହଳିପୂର୍ଣ୍ଣ ଭୁବନେଶ୍ୱର ଚିଲିକା ଡେଭଲପମେଣ୍ଟ ଅଥୋରିଟି ବା CDC କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଦେଖନ୍ତୁ ଭିଡିଓ:

ଗତକାଲି ଅପରାହ୍ନ ୪ଟା ୮ ମିନିଟରେ ରାସ୍ତା ଦେଇ ଯାଉଥିବା ଏକ କାର ହଠାତ ଦିଗ ବଦଳାଇ ରଙ୍ଗ ରୁଟ ଆଉକୁ ଗଲା । ନୂଆ ମୋଟର ଯାନ ଆଇନ ହେଲା । ସଡ଼କ ସଚେତନତା ବି ଚାଲିଛି । ତେବେ କମୁନି ବେପାରୁଆ ଗାଡି ଚାଳନା । ଦୁର୍ଘଟଣା କମିବା ବଦଳରେ ବଢିଚାଲିଛି । ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥା କଡା କଡି ହୋଇଥିଲେ ବି ଏଭଳି ଘଟଣା ଚକିତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.