Below header

ବଲାଙ୍ଗିର: ହସ୍ପିଟାଲରେ ଅଭିଯୁକ୍ତ ଓ ପୋଲିସର ଲୁଚକାଳି ଖେଳ, ଧରାପଡିବା ପରେ ହେଲା ଡାକ୍ତରୀମାଇନା

ବଲାଙ୍ଗିର(କେନ୍ୟୁଜ୍): ଚୋର ପୋଲିସ୍‌ ମଧ୍ୟରେ ତ ସବୁବେଳେ ଲୁଚକାଳି ଖେଳ ଚାଲିଥାଏ । କେବେ ପୋଲିସ୍‌ ଜାଲରେ ଚୋର ଧରାପଡ଼େ ତ ଆଉ କେବେ ଚୋର ଚକ୍‌ମା ଦେଇଦିଏ ପୋଲିସ୍‌କୁ । ଆଜି ଏମିତି ଏକ ଚୋର ପୋଲିସ୍‌ ଖେଳ ଦେଖିବାକୁ ମିଳିଥିଲା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ।

ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇଥିଲା ଏକ ଅଭିଯୁକ୍ତ । ତାକୁ ପୋଲିସ୍‌ ଡାକ୍ତରଖାନାକୁ ଆଣିଥିଲା ମେଡିକାଲ ଯାଞ୍ଚ ପାଇଁ । ଏହି ସମୟରେ ଅଭିଯୁକ୍ତ ଜଣକ ପୋଲିସ୍‌କୁ ଚକମା ଦେଇ ଫେରାର ହୋଇ ଯାଇଥିଲା । ତା ପରେ ଚାଲିଲା ଗୋଡ଼ାଗୋଡ଼ି । ଡାକ୍ତରଖାନା ପରିସରରେ କିଛି ସମୟ ଧରି ଚାଲିଲା ଚୋର ପୋଲିସ୍‌ ଖେଳ । ତେବେ ଚୋରକୁ ଭାରୀ ପଡ଼ିଲେ ପୋଲିସ୍‌ । ଆଉ ଶେଷରେ ଗୋଡ଼ାଇ ଗୋଡ଼ାଇ ଧରି ପକାଇଲେ ଓ କାବୁ କଲେ । ଅଭିଯୁକ୍ତ ସିତେନ୍ଦ୍ର ଭେସ୍ରାକୁ ଗିରଫ କରି କୋର୍ଟ ଚଲାଣ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.