Below header

ଶୀତରେ ଇମ୍ୟୁନିଟି ବଢାଇବ ପିନଟ ବଟର, ଥରେ ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ

ଏଇ ଶୀତ ଦିନରେ ଯଦି କିଛି ଗରମ ଜିନିଷ ମିଳିଯାଏ ତାହେଲେ ତାର ମଜା କିଛି ଅଲଗା। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ବଢିଆ ସୁପ ନେଇଆସିଛୁ ଯାହାର ନାମ ହେଉଛି ପିନଟ ବଟର। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ:

ଭଜା ବାଦାମ – ୩୦୦ ଗ୍ରାମ
ପିଆଜ – ୩ଟି (କଟା ହୋଇଥିବା)
ଭେଜିଟେବୁଲ ଷ୍ଟକ – ୪ କପ
ଲେମ୍ବୁ ରସ – ୧,୧/୨ ଚାମଚ
ଲୁଣ – ସ୍ଵାଦାନୁସାରେ
ଗୋଲମରିଚ ପାଉଡର – ସ୍ୱାଦ ଅନୁଯାୟୀ
ପିନଟ ବଟର – ୩ ଚାମଚ
ଧନିଆ ପତ୍ର – ଅଳ୍ପ
ପିନଟ ତେଲ – ୩ ବଡ ଚାମଚ
ଟମାଟୋ ପିୟୁରି – ୧/୨ କପ
କଞ୍ଚା ବାଦାମ – ଅଳ୍ପ (ସଜେଇବା ପାଇଁ)
ଲାଇମ ଜେଷ୍ଟ – ୧,୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

ସର୍ବ ପ୍ରଥମେ ଏକ ପ୍ୟାନକୁ ମିଡିୟମ ଆଞ୍ଚରେ ବସାଇ ସେଥିରେ ବାଦାମ ତେଲ ବା ପିନଟ ଅଏଲ ପକାଇ ଗରମ କରନ୍ତୁ।

ଏହାପରେ ଏଥିରେ ପିଆଜ ପକାଇ ଭଲ ଭାବେ ଭାଜନ୍ତୁ।

ଏବେ ପ୍ୟାନରେ ଭେଜିଟେବଲ ଷ୍ଟକ ପକାଇ ପିନଟ ବଟର ଏବଂ ପିନଟ ଓ ଟମାଟୋ ପିୟୁରି ପକାଇ ଭଲ ଭାବେ ଫ୍ରାଏ କରନ୍ତୁ।

ଯେତେବେଳେ ଏହା ହାଲକା ଫୁଟି ଆସିବ ସେତେବେଳେ ଆଞ୍ଚକୁ କମ କରିଦିଅନ୍ତୁ ଏବଂ ଗାଢ଼ା ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।

ମଝିରେ ମଝିରେ ଏହାକୁ ଚେକ କରନ୍ତୁ ଯେପରି ସୁପ ତଳପଟୁ ନଲାଗେ।

ଯେତେବେଳେ ସୁପ ଭଲଭାବେ ଭାଜି ହୋଇଯିବ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏକ ପତଳା ପେଷ୍ଟ ବନାଇ ଦିଅନ୍ତୁ।

ଏବେ ଏହାକୁ ପୁଣିଥରେ ମିଡିୟମ ଆଞ୍ଚରେ ଫ୍ରାଏ ହେବାକୁ ଛାଡି ଦିଅନ୍ତୁ।

ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ, ଲାଇମ ଜେଷ୍ଟ ଏବଂ ଲେମ୍ବୁ ରସ ପକାନ୍ତୁ।

ଯେତେବେଳେ ସୁପ ଭଲଭାବେ ହୋଇଯିବ ତାହାକୁ ବାଦାମ ଏବଂ ଧନିଆ ପତ୍ରରେ ସଜେଇ ଦିଅନ୍ତୁ।

ନିଅନ୍ତୁ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପିନଟ ବଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.