ଭୁବନେଶ୍ୱର ନୟାପଲ୍ଲୀରେ ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି କଲୋନୀରେ ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ। ସ୍ପେଶାଲ୍‌ ସ୍କ୍ଵାର୍ଡ ଅଭିଯୁକ୍ତକୁ ଗିରଫ କରି ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛି।

ଗତ ୩୧ ତାରିଖ ସକାଳେ ଅଂଶୁ ଗୁପ୍ତା ନାମକ ଜଣେ ମହିଳା ପରିବା କିଣିବା ପାଇଁ ଯାଉଥିବା ସମୟରେ ନୟାପଲ୍ଲୀ ଭିଆଇପି ରୋଡରେ ତାଙ୍କୁ ଜଣେ ଦୁର୍ବୃତ୍ତ ଏକୁଟିଆ ଦେଖି ପିଛା କରିଥିଲା। ମହିଳାଙ୍କ ପାଖରୁ ଲୁଟ୍‌ ପାଇଁ ଉଦ୍ୟମରେ ବିଫଳ ହେବା ପରେ ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲା । ସିସିଟିଭି ଫୁଟେଜରେ କଏଦ ହୋଇଥିଲା ସଂପୂର୍ଣ୍ଣ ଦୃଶ୍ୟ। ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.