ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୁଣ୍ଡ ଦର ୨୦ ହଜାରରୁ ବଢି ହେଲା ଲକ୍ଷେ

ଧର୍ମଗଡ/ବଲାଙ୍ଗୀର (କେ ନ୍ୟୁଜ): କଳାହାଣ୍ଡି ମୋଷ୍ଟ ଓ୍ଵାଣ୍ଟେଡ୍‌ ଗୋବିନ୍ଦ ସାହୁ । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ମାଲିକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଘୋଷଣା କରିଛି ବଲାଙ୍ଗିର ପୋଲିସ । ତାଙ୍କ ସମ୍ପର୍କରେ ସୂଚନା ଦେଲେ କିମ୍ବା ଧରାଇଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ । ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଥିବାବେଳେ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।

ବଲାଙ୍ଗିର ଏସପିଙ୍କୁ ଯୋଗାଯୋଗ ପାଇଁ ଜାରି ହୋଇଛି ଏକ ମୋବାଇଲ୍‌ ନମ୍ବର । ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କ ପୋଷ୍ଟର ମାରିଛି ପୋଲିସ । ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦ ସାହୁଙ୍କ ନାଁଁରେ ଅଭିଯୋଗ ହୋଇଛି । ତାଙ୍କୁ ପଚରାଉଚରା ପାଇଁ ଟିଟିଲାଗଡ ଥାନା ପୋଲିସ ବାରାକରେ ରଖାଯାଇଥିବା ବେଳେ ଫେରାର୍‌ ହୋଇଛନ୍ତି ଗୋବିନ୍ଦ । ତାଙ୍କୁ ଧରିବା ପାଇଁ ପୋଲିସର ୩ଟି ଟିମ୍‌ ଖୋଜୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.