ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ, ଡାକଘରେ ଉପଡାକପାଳ ଓ ଡାକ ନିରୀକ୍ଷକଙ୍କୁ ତାଲା ପକାଇଲେ ଜମାକାରୀ

ଉପ ଡାକପାଳଙ୍କ ନାଁରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ନକଲି ରସିଦ ଦେଇ ୨୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଘଟଣାରେ ତାତିଲେ ଜମାକାରୀ । ଡାକଘରେ ଉପଡାକପାଳ ଓ ଡାକ ନିରୀକ୍ଷକଙ୍କୁ ତାଲା ପକାଇଲେ ।

କାକଟପୁର (କେନ୍ୟୁଜ): ଉପ ଡାକପାଳଙ୍କ ନାଁରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ନକଲି ରସିଦ ଦେଇ ୨୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଘଟଣାରେ ତାତିଲେ ଜମାକାରୀ । ଡାକଘରେ ଉପଡାକପାଳ ଓ ଡାକ ନିରୀକ୍ଷକଙ୍କୁ ତାଲା ପକାଇଲେ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନୂଆଗଡ ଉପଡାକଘରର ଉପଡାକପାଳ ପ୍ରିୟବ୍ରତ ଦାସଙ୍କ ନାଁରେ ଜମାକାରୀଙ୍କ ଟଙ୍କା ହଡପ ଅଭିଯୋଗ ଆସିଛି ।

ଏହି ଡାକଘରେ ପ୍ରାୟ ୩୦୦ଜମାକାରୀଙ୍କ ସୁକନ୍ୟା ,ଏସ ବି ,ଆରଡି ଆକାଉଣ୍ଟ ରହିଛି। ଉପଡାକପାଳ ପ୍ରିୟବ୍ରତ ଦାସ ଜମାକାରୀଙ୍କୁ ନକଲି ରସିଦ ଦେଇ ଠକିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ନିମାପଡା ଡାକ ବିଭାଗର ଡାକ ନିରୀକ୍ଷକ ଲିଙ୍ଗରାଜ ସାହୁ ଅଡିଟରେ ଆସି ଯାଞ୍ଚ କରିବା ବେଳେ ବହୁ ଉପଭୋକ୍ତାଙ୍କ ଆକାଉଣ୍ଟରେ କୌଣସି ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଲୋକମାନେ ସେମାନଙ୍କ ଜମା ଟଙ୍କା ସଂପର୍କରେ ଉପଡାକପାଳ ପ୍ରିୟବ୍ରତ ଦାସଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଏହାକୁ ନେଇ ଉତ୍ତେଜନା ବଢ଼ିବା ସହ ଲୋକମାନେ ଉପ –ଡାକପାଳ ପ୍ରିୟବ୍ରତ ଦାସ ଓ ଡାକ ନିରୀକ୍ଷକ ଲିଙ୍ଗରାଜ ସାହୁଙ୍କୁ ଡାକଘରେ ବନ୍ଦ କରି ତାଲା ପକାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.