କୁସୁପୁର ଗଣହତ୍ୟା ଘଟଣା: ଆଜି ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେବ ଅଭିଯୁକ୍ତ ଶିବ ସାହୁ

ମାହାଙ୍ଗା (କେନ୍ୟୁଜ୍): ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଶିବ ସାହୁକୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯିବ । ଗତକାଲି ତାର ତିନି ଦିନିଆ ରିମାଣ୍ଡ ଅବଧି ସରିଥିବା ବେଳେ ଡେମୋ ଦେଖାଇଲା ଅଭିଯୁକ୍ତ ଶିବ ସାହୁ । ପଚରାଉଚରା ବେଳେ ଅନେକ କଥା ଜାଣିବାକୁ ପାଇଛି ପୋଲିସ । କାହିଁକି ଓ କେମିତି ଗଣହତ୍ୟା କଲା ସ୍ୱୀକାର କରିଥିଲା । ତେଣୁ ପୋଲିସକୁ ତଥ୍ୟ ପ୍ରମାଣ ଯୋଗାଡ଼ କରିବାକୁ ବେଶୀ କଷ୍ଟ କରିବାକୁ ପଡ଼ିନାହିଁ ।

କିନ୍ତୁ କୁସୁପୁର ହତ୍ୟାକାଣ୍ଡକୁ ନେଇ ଏବେ ବି ଅସମାହିତ ପ୍ରଶ୍ନ ରହିଛି । ସେ କଣ ଏକାକୀ ଏଭଳି ବୀଭତ୍ସକାଣ୍ଡ କରିଥିବ ? ଆଉ କାହାର ସଂପୃକ୍ତି ନାହିଁ ତ ? ପୂର୍ବରୁ ପ୍ଲାନ୍‌ କରିଥିଲା କି ଅଭିଯୁକ୍ତ ଶିବ ସାହୁ ? ଯଦି ଯୋଜନା କରିଥିଲା କାହାକୁ କହିଥିଲା କି ? ସ୍ତ୍ରୀଙ୍କ କିଛି ଭୂମିକା ରହିଛି କି ? ଏସବୁ ପ୍ରଶ୍ନର ଉତ୍ତର ଶିବ ସାହୁ ମୁହଁରୁ ମାହାଙ୍ଗା ପୋଲିସ ବାହାର କରିଥିବା ସୂଚନା ମିଳିଛି । ଆଗକୁ ଅଧିକରିମାଣ୍ଡ ପାଇଁ ଆବେଦନ ହେବ କି ନାହିଁ ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.