ଦୀର୍ଘ ୪ ଘଣ୍ଟା ପରେ ସୁରକ୍ଷିତ ଭାବେ ଖାଲି କରାଗଲା ଏସିଡ୍‌ ଟ୍ୟାଙ୍କର

ଟାଙ୍ଗୀ(କେ ନ୍ୟୁଜ): ୪ ଘଣ୍ଟା ପରେ ଖାଲି ହେଲା ଏସିଡ୍‌ ଟ୍ୟାଙ୍କର। ସୁରକ୍ଷିତ ଭାବେ ଟ୍ୟାଙ୍କରକୁ ଖାଲି କରାଯାଇଥିଲା। ଗତକାଲି ରାତି ୯ଟାରେ ଗଞ୍ଜାମ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରୁ ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ ଭର୍ତ୍ତି ଟ୍ୟାଙ୍କର କୋଲକତା ଅଭିମୁଖେ ଯାଉଥିଲା । ନୟାଗଡ଼ ଚାନ୍ଦପୁର ଥାନା ଓସକାଇଖୋଲ ଛକ ଏନ୍‌ଏଚ୍‌-୧୬ ରାଜପଥରେ ଟ୍ୟାଙ୍କର ଏସିଡ୍‌ ନିର୍ଗତ ଭାଲବ ଭାଙ୍ଗିଯାଇଥିଲା। ଫଳରେ ଟ୍ୟାଙ୍କରରେ ଥିବା ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ ଲିକ୍‌ ହୋଇଥିଲା। ୨୩ ହଜାର ଲିଟର ହାଇଡ୍ରୋକ୍ଲୋରିକ୍‌ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଅନବରତ ଗ୍ୟାସ ଲିକ୍‌ ହେବାରେ ଲାଗିଲା । ଧୂଆଁମୟ ହୋଇଯାଇଥିଲା ପୁରା ପରିବେଶ ।

ଘଟଣାସ୍ଥଳରେ ରଣପୁର, ଟାଙ୍ଗୀ, ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସ୍ପ୍ରେ କରି ସ୍ଥିତିକୁ କାବୁ କରିଥିଲା। ଭୁବନେଶ୍ୱରରୁ ୧୦ଜଣିଆ ଟିମ୍‌ ଆସି ଏସିଡ୍‌ ନିର୍ଗତ ହେଉଥିବା ସ୍ଥାନପରେ ବିପୁଳ ପରିମାଣର ଚୂନ ପକାଇଥିଲେ। ଫଳରେ ବିଷାକ୍ତ ଗ୍ୟାସ ନିର୍ଗତ ହେବା ବନ୍ଦ ହୋଇଯାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍‌ ସାହାଯ୍ୟରେ ଅନ୍ୟ ଏକ ଟ୍ୟାଙ୍କରକୁ ସମସ୍ତ ଏସିଡ୍‌ ସୁରକ୍ଷିତ ଭାବେ ଖାଲି କରାଯାଇଥିଲା। ଫଳରେ ଏକ ବଡ ଧରଣର ଅଘଟଣକୁ ରୋକାଯାଇପାରିଥିଲା। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.