Below header

ରାଜ୍ୟରେ କୋଭିସିଲ୍‌ଡ ଟିକାର ଘୋର ଅଭାବ, ୪୫ ବର୍ଷରୁ ଅଧିକ ବର୍ଗରେ ୧୭ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦେବାକୁ ବାକି ରହିଛି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିସିଲ୍‌ଡ ଟିକାର ଘୋର ଅଭାବ। କେନ୍ଦ୍ର ଯୋଗାଇ ନାହିଁ ଆବଶ୍ୟକ ଟିକା। ଫଳରେ ୪୫ ବର୍ଷରୁ ଅଧିକ ବୟସ ବର୍ଗରେ ୧୭ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦେବାକୁ ବାକି ରହି ଯାଇଛି। ଭୁବନେଶ୍ୱର ମହାନଗର ଅଂଚଳରେ ଦିଆଯାଉଥିବା କୋଭାକ୍‌ସିନକୁ ନେଇ କୌଣସି ଅସୁବିଧା ନାହିଁ। ରାଜ୍ୟରେ ୪୫ ବର୍ଷ ବୟସରୁ ଅଧିକ ବର୍ଗ ଜନସଂଖ୍ୟା ପ୍ରାୟ ୧ କୋଟି ୧୬ ଲକ୍ଷ । ସେଥିରୁ ୪୩ ଲକ୍ଷ ୫୫ ହଜାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ୨୩ ଲକ୍ଷ ୪୩ ହଜାର ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ବେଳେ ନେଇଛନ୍ତି ପ୍ରାୟ ୬ ଲକ୍ଷ। ଦ୍ୱିତୀୟ ଡୋଜ୍‌ ନେବାକୁ ବାକି ଅଛନ୍ତି ୧୭ ଲକ୍ଷରୁ ଅଧିକ। ତେଣୁ କୋଭିସିଲ୍‌ଡ ଟିକା ଆସିଲେ ପ୍ରାଥମିକତା ଭିତରେ ସେମାନଙ୍କୁ ଟିକା ଯୋଗାଇ ଦିଆଯିବ। ଅନୁମାନ କରାଯାଉଛି, ମେ ୧୫ ସୁଦ୍ଧା ପ୍ରାୟ ୭ ଲକ୍ଷ କୋଭିସିଲ୍‌ଡ ଡୋଜ୍‌ ଆସି ପହଞ୍ଚିବ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୯୭ ପ୍ରତିଶତ ପ୍ରଥମ ଓ ୮୭ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ସେହିପରି ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୯୭ ପ୍ରତିଶତ ପ୍ରଥମ ଓ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି। ଯେଉଁମାନେ ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି, ସେମାନେ ସରକାରୀ କେନ୍ଦ୍ରରେ ମାଗଣାରେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.