ଭୁବନେଶ୍ୱର ବାଦ୍ ଅନ୍ୟ କେଉଁଠି ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ ହୋଇନି, କୋଭିସିଲ୍ଡକୁ ଅପେକ୍ଷା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କେବଳ ଭୁବନେଶ୍ୱରର ଛାଡିଦେଲେ ଅନ୍ୟ କେଉଁଠାରେ ବି ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ ହୋଇ ନାହିଁ। ଭୁବନେଶ୍ୱର ପାଇଁ ଭାରତ ବାୟୋଟେକ୍ କମ୍ପାନୀ ଦେଢ଼ ଲକ୍ଷ ଡୋଜ୍ ପଠାଇ ସାରିଛି। କିନ୍ତୁ ରାଜ୍ୟର ଅନ୍ୟ ସ୍ଥାନରେ କୋଭିସିଲ୍ଡି ପାଇଁ କେବଳ ପଞ୍ଜିକରଣ ହେଉଛି।
ସେରମକୁ ମେ ୩୧ ସୁଦ୍ଧା ୪୦ ଲକ୍ଷ ଡୋଜ୍ ପାଇଁ କୁହାଯାଇଛି। କଂପାନୀ ୪ ଲକ୍ଷ ୭୮ ହଜାର କୋଭିସିଲ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୧୫ କୋଟି ଟଙ୍କା ସରକାର ପଇଠ କରି ସାରିଛନ୍ତି। ଟିକା ଆସି ପହଞ୍ଚିବା ପରେ ରାଜ୍ୟ ୩୦ ଜିଲ୍ଲାରେ ୧୮-୪୪ ବର୍ଗ ଲୋକଙ୍କ ଟିକାକରଣ ଆରମ୍ଭ ହେବ। ଅବଶ୍ୟ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହ ସହରାଞ୍ଚଳକୁ ଆଗ ପ୍ରାଥମିକତା ଦିଆଯିବ।