Below header

କଟକ ଏସସିବିରେ ମୃତଦେହରୁ ଆଖି ଗାଏବ ଘଟଣା, ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ

ଭଦ୍ରକ (କେନ୍ୟୁଜ୍) : ଏସ୍‌ସିବି ମେଡିକାଲରୁ ଜଣେ ମୃତ ବ୍ୟକ୍ତିଙ୍କ ଆଖି କଢା ନିଆଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଏସ୍‌ସିବି ମେଡିକାଲ ଡାକ୍ତର ଓ ଏଲ୍‌.ଭି ପ୍ରସାଦ ଆଇ ହସ୍‌ପିଟାଲ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଭଦ୍ରକ ଟାଉନ ଥାନା ପୋଲିସ ଏହି ମାମଲା କରିଛି। ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ବେଦନଶୀଳ ହୋଇଥିବାରୁ ଏକ ପୋଲିସ ଟିମ୍‌ SDPO ଓ IICଙ୍କ ନେତୃତ୍ୱରେ କଟକ ଏବଂ ଭୁବନେଶ୍ୱର ଯାଇ ତଦନ୍ତ କରିବ। କେଉଁ ପରିସ୍ଥିତିରେ ମୃତ ବୀର ଗାଗରାଇଙ୍କ ଆଖି କଢାଗଲା ସେନେଇ ପରିବାର ଲୋକଙ୍କ ସହ ଆଲୋଚନା କରାଯିବ। ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖ ଦିନ ଭଦ୍ରକ ଟାଉନ ଥାନା ଅର୍ନ୍ତଗତ ଆଦିବାସୀ ସାହିର ବୀର ଗାଗରାଇ ପାରିବାରିକ କଳହକୁ ନେଇ ବିଷ ପିଇ ଦେଇଥିଲେ । ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ୧୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟବଛେଦ ପାଇଁ ତାଙ୍କ ସ୍ତ୍ରୀଙ୍କ ଠାରୁ ଦସ୍ତଖତ ନେଇଥିଲେ । ପରେ ଶବ ହସ୍ତାନ୍ତର କରାଯାଇଥିଲା । ହେଲେ ଘରକୁ ନେବା ପରେ ଦେଖିଥିଲେ ମୃତକଙ୍କ ଆଖି ନାହିଁ । ଏନେଇ ଭଦ୍ରକ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.