Below header

ଆସନ୍ତାକାଲି ସଂସଦର ଶୀତକାଳୀନ ଅଧିବେଶନ, ୩୦ରୁ ଅଧିକ ବିଲ୍‌ ପାରିତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧୩ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ୩୦ରୁ ଅଧିକ ବିଲ୍‌ ପାରିତ କରିବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର । ସେପଟେ ସରକାରଙ୍କୁ ଘେଣିବାକୁ ବିରୋଧୀ କରିଛନ୍ତି ନୂଆ ରଣନୀତି । ସଂଖ୍ୟା କମ ଥିଲେ ବି ପ୍ରସଙ୍ଗ ଅଧିକ ରହିଥିବା ଚର୍ଚ୍ଚା ହେଉଛି । ବିରୋଧୀଙ୍କୁ ମାତ୍‌ ଦେବାକୁ ତାଙ୍କରି ତୀରରେ ତାଙ୍କୁ ଆକ୍ରମଣ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଏନଡିଏ । ତେବେ ଲୋକସଭା କିପରି ସୁରୁଖୁରୁରେ ଚାଲିବ, ସେନେଇ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ଓମ୍‌ ବିର୍ଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ଦଳର ସାଂସଦମାନେ ଯୋଗଦେଇଥିଲେ । ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.