ମୋଦି ସରକାର ଜାରି କଲେ ନୂଆ ନିୟମ, ଏଣିକି ସମସ୍ତଙ୍କୁ ସମାନ ଦିନରେ ମିଳିବ ଦରମା

ଆଗକୁ ଚାକିରିଆ ଲୋକ ମାନଙ୍କର ଦରମା କ୍ଷେତ୍ରରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ବବନ ଦେ ଅଣେ ନସନ ପରି ଏକ ଯୋଜନା ଖୁବ ଶୀଘ୍ର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ଖୋଦ ନିଜେ ପ୍ରାଧାନ ମନ୍ତ୍ରୀ ଖୋଦ ଚାହୁଁଛନ୍ତିକି ଖୁବ ଶୀଘ୍ର ଏହି ନିୟମଟି କାନୁନରେ ପରିଣତ ହୋଇ ଅତିଶୀଘ୍ର କାର୍ଯ୍ୟକାରୀ ହେଉ । କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏକ ଖବର ଏଜେନ୍ସିକୁ ସାକ୍ଷାତକାର ଦେବା ସମୟରେ ଶ୍ରମ ମନ୍ତ୍ରୀ କହିଛନ୍ତିକି ପୁରା ଦେଶରେ ଏକ ସମାନ ବ୍ୟବସ୍ତା ଲାଗୁ କରାଯିବ । ଯାହା ସାହାଯ୍ୟରେ ସମଗ୍ର ଦେଶରେ ସବୁ ସେକ୍ଟରର ସବୁ ବର୍ଗର କର୍ମଚାରୀ ଗୋଟେ ଦିନରେ ହିଁ ନିଜ ନିଜ ଦରମା ପାଇପାରିବେ ।

santosh

କିନ୍ତୁ ସ୍ୱାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ଦରମା ନେଇ ସେମିତି କିଛି ନିର୍ଦ୍ଦିଷ୍ଟ ନିୟମ ଲାଗୁ କରାଯାଇ ନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସମୟରେ ବିଭିନ୍ନ କମ୍ପାନୀ ତଥା ସଂସ୍ଥା ମାନେ ମାସର ଯେକୌଣସି ଦିନରେ କର୍ମଚାରୀ ମାନଙ୍କୁ ସେମାନଙ୍କ ଦରମା ଦେଇଦେଉଛନ୍ତି । ଏହାବାଦ ସରକାର ୟୁନିଫର୍ମ ମିନିମମ ଵେଜ ବା ସର୍ବ ନିମ୍ନ ଦରମା ଭଳି ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହା ସହ ସରକାର ବ୍ୟବସାୟିକ ସୁରକ୍ଷା, ହେଲଥ ଏଣ୍ଡ ୱର୍କିଙ୍ଗ କଣ୍ଡିସନ କୋଡ଼, କୋଡ଼ ଅନ ବେଜେଜ ପରି ନିୟମ ମାନ ମଧ୍ୟ ଲାଗୁ କରିବାକୁ କରିବେ ବୋଲି ଯୋଜନା କରୁଛନ୍ତି ।

ଏହା ସହ ପଢନ୍ତୁ: ଆସନ୍ତାକାଲି ସଂସଦର ଶୀତକାଳୀନ ଅଧିବେଶନ, ୩୦ରୁ ଅଧିକ ବିଲ୍‌ ପାରିତ କରିବା ଲକ୍ଷ୍ୟ

ଗତ ଜୁଲାଇ ମାସରେ ଏନେଇ ଏକ ବିଲ ଲୋକସଭାରେ ଅଣା ଯାଇଥିଲା । ଏହାକୁ ଅନ୍ୟାନ ଲେବର ନିୟମରେ ମିଶାଯାଇ ଲାଗୁ କରାଯିବ । ଏହା ସହ ପ୍ରତି କର୍ମ ଚାରି ମାନଙ୍କୁ ଆପଏଣ୍ଟମେଣ୍ଟ ଲେଟର, ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.