କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ

କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ । ୧୫ ବର୍ଷ ଧରି ଏହି ଲାଇନ୍‌ରେ ସେ ଅଛନ୍ତି ,ଆଉ ଅନେକ ବାର କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ, ପ୍ରଯୋଜକ, ପ୍ରଡକ୍ସନ ମ୍ୟାନେଜର ଓ ଇଭେଣ୍ଟ ମ୍ୟାନଜର ଯୋଗସୂତ୍ର ରକ୍ଷା କରିଥାନ୍ତି ।

କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ । ୧୫ ବର୍ଷ ଧରି ଏହି ଲାଇନ୍‌ରେ ସେ ଅଛନ୍ତି ,ଆଉ ଅନେକ ବାର କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ, ପ୍ରଯୋଜକ, ପ୍ରଡକ୍ସନ ମ୍ୟାନେଜର ଓ ଇଭେଣ୍ଟ ମ୍ୟାନଜର ଯୋଗସୂତ୍ର ରକ୍ଷା କରିଥାନ୍ତି । ମୋ ପାଖରେ ଅନେକ ପ୍ରମଣ ରହିଛି, ସମୟ ଆସିଲେ ମୁଖା ଖୋଲିବି କହିଛନ୍ତି ରାଣୀ ।

ସେ ଆହୁରି କହିଛନ୍ତି, ଡାଇରେକ୍ଟର, ପ୍ରଡ୍ୟୁସର, ପ୍ରଡକ୍ସନ ମ୍ୟାନେଜର ଓ ଇଭେଣ୍ଟ ମ୍ୟାନେଜର ରାତିରେ ଗଂଜେଇ ଓ ମଦ ପାନ କରନ୍ତି । ଯେଉଁ ଅଭିନେତ୍ରୀ ତାଙ୍କ କଥାରେ ନଯାଆନ୍ତି କି ତାଙ୍କୁ ସନ୍ତୁଷ୍ଟ ନ କରନ୍ତି ତାଙ୍କ ସହ କାମ କରିବାକୁ ମନା କରି ଦିଅନ୍ତି ।

ସିଧାସଳଖ ନହେଲେ ବି ଝିଅମାନଙ୍କୁ କମ୍ପ୍ରମାଇଜ କରିବାକୁ କହିଥାନ୍ତି । ପୁରୁଣା ଓ ଟାଲେଣ୍ଟଡ ଅଭିନେତ୍ରୀ ଏଥିରେ ରାଜି ନହେଉଥିବାରୁ ତାଙ୍କୁ କାମ ମିଳେନି । ନବାଗତାମାନେ ତଙ୍କ କଥାରେ ରାଜି ହୋଇ କାମ ପାଇଥାନ୍ତି ବୋଲି କହିଛନ୍ତି ରାଣୀ ପ୍ରିୟଦର୍ଶନୀ ।

ନିଜ ଉପରେ ସେମିତି କିଛି ଘଟିଛି ବୋଲି ପ୍ରଶ୍ନର ଉତ୍ତରରରେ ସେ କହିଛନ୍ତି, ବହୁତ ପ୍ରଡକ୍ସନ ମ୍ୟାନେଜର ଓ ଇଭେଣ୍ଟ ମ୍ୟାନେଜର ତାଙ୍କୁ ଡାଇରେକ୍ଟର ଓ ପ୍ରଡ୍ୟୁସର ସହ ରାତି କାଟିବାକୁ କହିଛନ୍ତି । ମୋ ପାଖରେ ଅନେକ ପ୍ରମାଣ ରହିଛି, ମୁଁ ଗୋଟିଏ ପରେ ଗୋଟିଏ ସେମାନଙ୍କ ମୁଖା ଖୋଲିବି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.