Below header

ମୁଁ ମୋ ଝିଅ ପେଟରୁ ଜନ୍ମ ହୋଇଛି : ପୁର୍ନଜନ୍ମର ଅଦ୍ଭୁତ କାହାଣୀ

ଆରୟନ୍‌କୁ ବର୍ତ୍ତମାନ ୮ ବର୍ଷ ବୟସ । ନିକଟରେ ଯେତେବେଳେ ସେ ମୈନପୁରୀକୁ ଆସିଲା ସେଇଠି ସେ ତାର ପୁନର୍ଜନ୍ମ କଥା କହିଲା ।

ଉତ୍ତର ପ୍ରଦେଶ ମୈନପୁରୀ ଅନ୍ତର୍ଗତ ଜାଗିର ବିକାଶଖଣ୍ଡ ଅଞ୍ଚଳର ଗୋଟିଏ ଗାଁ । ଗାଁ ନାଁ ହେଉଛି ରତନପୁର । ଏଠି ଗୋଟିଏ ଛୋଟ ପିଲା ନିଜ ଆଈକୁ ପତ୍ନୀ ବୋଲି କହୁଥିବା ବେଳେ ନିଜ ମା’କୁ କହୁଛି ଇଏ ମୋ ଝିଅ । ଏବେ ଏହି ଘଟଣାର ଭିଡିଓ ଦେଶ ସାରା ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ପିଲାଟି ତାର ପୂର୍ବଜନ୍ମ କଥା ମନେ ପକାଇ ପାରୁଛି ।

ଆସନ୍ତୁ ଜାଣିବା ପୂରା ଘଟଣା । ରତନପୁର ଗାଁର ଅଧିବାସୀ ମନୋଜ ମିଶ୍ରା । ୨୦୧୫ ଜାନୁଆରୀ ୯ ତାରିଖ ଦିନ ନିଜ ବିଲରେ କାମ କରୁଥିବା ବେଳେ ଗୋଟିଏ ନାଗୁଣୀ ତାଙ୍କୁ ଚୋଟ ମାରିଲା । ସେ ସଙ୍ଗେ ସଙ୍ଗେ ନିଜ ଦୃଷ୍ଟି ଶକ୍ତି ହରାଇ ପଡ଼ିଗଲେ । ପରିବାର ଲୋକେ ତାଙ୍କୁ ହସପିଟାଲ ନେଲେ ସିନା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କଲ । ପରେ ପରିବାର ଲୋକେ ତାଙ୍କର ଶେଷକୃତ୍ୟ କରି ଶୁଦ୍ଧିକ୍ରିୟା କରିଥିଲେ । ସେତେବେଳେ ମନୋଜଙ୍କ ଝିଅ ରଞ୍ଜନା ଗର୍ଭବତୀ ଥିଲେ । ବାପାଙ୍କ ମୃତ୍ୟୁର ୧୩ ଦିନ ପରେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଲେ । ପିଲାର ନାଁ ରଖାଗଲା ଆରୟନ୍‌ ।

ଆରୟନ୍‌କୁ ବର୍ତ୍ତମାନ ୮ ବର୍ଷ ବୟସ । ନିକଟରେ ଯେତେବେଳେ ସେ ମୈନପୁରୀକୁ ଆସିଲା ସେଇଠି ସେ ତାର ପୁନର୍ଜନ୍ମ କଥା କହିଲା । କେମିତି ତାଙ୍କୁ ବିଲରେ କାମ କଲା ବେଳେ ସାପ କାମୁଡ଼ି ଥିଲା ଏବଂ ସେ ବେହୋସ ହୋଇ ଯାଇଥିଲେ । ଖାଲି ସେତିକି ନୁହେଁ, ନିଜ ଆଈକୁ ପତ୍ନୀ ଓ ମା ରଞ୍ଜନାକୁ ଝିଅ ବୋଲି କହିଛି ଆରୟାନ୍‌ । ଆଉ ଯେତେବେଳେ ସେ ନିଜ ଅଜାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ଥିଲା ସେ କଥା କହିଲା ସମସ୍ତେ ଚକିତ ହୋଇଗଲେ । ନିଜର ଦୁଇ ମାମୁଁ ଅଜୟ ଓ ଅନୁଜଙ୍କୁ ସେ ନିଜ ଦୁଇ ପୁଅ ବୋଲି ମଧ୍ୟ କହୁଛି ।

ଦୁଇ ବର୍ଷ ତଳେ ଏହି ମୈନପୁରୀ ଠାରେ ଆଉ ଜଣେ ବାଳକ ନିଜ ପୁନର୍ଜମନ୍ମ କଥା କହିଥିଲା । ସେ କେନାଲରେ ବୁଡ଼ି ମରିଯିବା ପରେ । ଅନ୍ୟ ଜାଗାରେ ତାର ଜନ୍ମ ହୋଇଥିଲା । ରୋହିତ କୁମାର ନାମକ ଏହି ପିଲାଟି ନିଜ ପୂର୍ବଜନ୍ମର ବାପା ମା ଏବଂ ଭଉଣୀକୁ ଚିହ୍ନି ପାରିଥିଲା । ରୋହିତ ୨୦୧୩ ମେ ୪ ତାରିଖରେ କାନପୁର ନିକଟ ଏକ କେନାଲରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଥିଲା ।

୨୦୨୧ ଅଗଷ୍ଟ ୧୯ ତାରିଖରେ ଚନ୍ଦବୀର ଓରଫ ଛୋଟୁ ନାମକ ପିଲାଟି ପାଖ ଗାଁକୁ ଯାଇ ସେଠାକାର ପ୍ରମୋଦ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ପୁନର୍ଜନ୍ମ କଥା କହିଥିଲା । ତାଙ୍କୁ ନିଜର ବାପା ବୋଲି କହିବା ସହ ପୂର୍ବ ଜନ୍ମରେ ତା ନାଁ ରୋହିତ ଥିଲା ଓ ସେ କେମିତି ବୁଡ଼ି ଯାଇ ମରିଥିଲା ବୋଲି ଜଣାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.