Below header

AG ଛକରେ ବୋବାଲ : ADGଙ୍କ ପତ୍ନୀ – ପୋଲିସ୍ ମୁହାଁମୁହିଁ

ଭୁବନେଶ୍ୱର : ଟ୍ରାଫିକ୍‌ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ । କାର୍‌ ଅଟକାଇ ଦେବାରୁ ଟ୍ରାଫିକ ପୋଲିସ ସହ ବଚସା । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଏଜି ଛକରେ । ସୂଚନା ଅନୁସାରେ, ବରିଷ୍ଠ ପୋଲିସ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ଯ୍ଯଙ୍କ ପରିବାର କାର୍‌ରେ ଯାଉଥିଲେ । ଏତିକିବେଳେ ଏଜି ଛକରେ କାର୍‌କୁ ଅଟକାଯାଇଥିଲା । ଏହାପରେ ପୋଲିସ ଏଡିଜିଙ୍କ ପତ୍ନୀଙ୍କର ଟ୍ରାଫିକ ପୋଲିସ ସହ ପାଟିତୁଣ୍ଡ ହୋଇଥିଲା । ଏତିକିବେଳେ ଅତିରିକ୍ତ ଡିଜି ମଧ୍ୟ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିଥିଲେ । ଘଟଣାକୁ ନେଇ AG ଛକରେ ବେଶ୍ କିଛି ସମୟ ଟ୍ରାଫିକ୍ ସମସ୍ଯା ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.