କିସ୍‌ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ଦୁଇ ବୈଦ୍ୟୁତିକ ଗଣମାଧ୍ୟମ : କିସ୍‌ ଆଦିବାସୀ ଅଭିଭାବକ ସଂଘ

ଭୁବନେଶ୍ବର : ଆଜି ବିଶ୍ୱ ମାନବାଧିକାର ଦିବସ ଅବସରରେ କିସ୍‌ ଆଦିବାସୀ ଅଭିଭାବକ ସଂଘର କର୍ମକର୍ତ୍ତା କିସ୍‌ ପରିସରରେ ଏକାଠି ହୋଇଥିଲେ । ସଦସ୍ୟଗଣ ସେମାନଙ୍କ ମାନବାଧିକାର କ୍ଷୁର୍ଣ୍ଣ  ହେଉଥିବା କହିଛନ୍ତି । ଦୁଇଟି ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଜଣେ ତଥାକଥିତ ସାମାଜିକ କର୍ମୀ କିସ୍‌ରେ ପାଠ ପଢୁଥିବା ପିଲାଙ୍କୁ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଇ ମାନବାଧିକାର ଆଇନ ଉଲ୍ଲଙ୍ଘନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ଦୁଇ ବୈଦ୍ୟୁତିକ ଗଣମାଧ୍ୟମ କିସ୍‌ ବିରୋଧରେ ବାରମ୍ବାର ବିଭ୍ରାନ୍ତିକର ଓ ମିଥ୍ୟା ଖବର ପ୍ରସାରଣ କରୁଥିବା ବେଳେ ତଥାକଥିତ ସାମାଜିକ କର୍ମୀ କୁତ୍ସାରଟନା ଓ ଅପପ୍ରଚାର କରୁଥିବାରୁ କ୍ଷୋଭ ପ୍ରକାଶ କରିଛି କିସ୍‌ ଆଦିବାସୀ ଅଭିଭାବକ ସଂଘ । ଏନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.