ଆମର ରାସ୍ତା ସୁଗମ ହେବ ତେଣୁ ବିଶାଳ ଦ୍ରୁମ ରହିପାରିବନି ! ଭାସ୍କରଗଞ୍ଜ ଛକ ଠାରୁ ଫୁଲାଡି ଛକ କଡରେ ଥିବା ବଡ଼ ଗଛ କାଟୁଛି ପ୍ରଶାସନ
ଜନସଂଖ୍ଯା ବୃଦ୍ଧି ସାଙ୍ଗକୁ କଳେବର ବୃଦ୍ଧି ହେଉଛି । ସେହିଭଳି ରାସ୍ତା ପ୍ରଶସ୍ତିକରଣ କରାଯାଉଛି । ହେଲେ ଯେଉଁ ଗଛ ପାଇଁ ଏ ସଭ୍ଯତା ବଞ୍ଚିଛି ସେହି ବଡ଼ ବଡ ଦ୍ରୁମ ଗୁଡ଼ିକୁ ରାସ୍ତା କଡ଼ରୁ ହଟାଇବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି ।

ବାଲେଶ୍ବର(କେନ୍ୟୁଜ୍): ଗଛ କାନ୍ଦୁଛି । ଏ କଥାଟି ଆପଣଙ୍କୁ ଅବିଶ୍ଵାସ ଲାଗିପାରେ । ହେଲେ ଏଭଳି ଘଟଣା କୁ ନେଇ ଏବେ ଚର୍ଚ୍ଚା ଦେଖିବାକୁ ମିଳିଥିବା ବେଳେ ଏଭିଡ଼ିଓ କୁ ଦେଖିଲେ ଆପଣ ସ୍ପଷ୍ଟ ବୁଝି ପାରିବେ। ଜନସଂଖ୍ଯା ବୃଦ୍ଧି ସାଙ୍ଗକୁ କଳେବର ବୃଦ୍ଧି ହେଉଛି । ସେହିଭଳି ରାସ୍ତା ପ୍ରଶସ୍ତିକରଣ କରାଯାଉଛି । ହେଲେ ଯେଉଁ ଗଛ ପାଇଁ ଏ ସଭ୍ଯତା ବଞ୍ଚିଛି ସେହି ବଡ଼ ବଡ ଦ୍ରୁମ ଗୁଡ଼ିକୁ ରାସ୍ତା କଡ଼ରୁ ହଟାଇବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ବାଲେଶ୍ବର ସହର ରେ ଭାସ୍କରଗଞ୍ଜ ଛକ ଠାରୁ ଫୁଲାଡି ଛକ ପର୍ଯ୍ଯନ୍ତ ପ୍ରଶସ୍ତ ଆରମ୍ଭ ହେଇଛି।
ପାଖାପାଖି ୫୦୦ ରୁ ଉର୍ଦ୍ଧ୍ଵ ଗଛ ଉଭୟ ପାର୍ଶ୍ରେ ହଟାଇବା ପାଇଁ ଉଦ୍ୟମ ହୋଇଥିବା ବେଳେ ଗତକାଲି ଗଛ କାଟିଲା ବେଳେ ଏକ ଅର୍ଜୁନ ଗଛ ରୁ ଶ୍ୱତପ୍ରବୃତ ଭାବରେ ପାଣି ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି । ଗଛ ଭିତରେ କୌଣସି ଗାତ ନଥିବା ବେଳେ ଏଭଳି ପାଣି ବାହାରିବା କୁ ଲୋକେ ବିଶ୍ୱାସ କରି ପାରୁ ନାହାଁନ୍ତି । କିଏ କହୁଛି ଗଛ କାନ୍ଦୁଛି ତ କିଏ କହୁଛି ଅର୍ଜୁନ ଗଛ ଭୁ ଗର୍ଭରୁ ଜଳ ସଞ୍ଚୟ କରି ରଖିଥାଏ । ତେବେ ଗଛ ର ଏଭଳି ପାଣି ବାହାରିବା କୁ ହଠାତ୍ କେହି ବିଶ୍ୱାସ କରି ପାରୁନଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି ।