ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇନି ୮୩ ମୃତଦେହ, ମୃତକଙ୍କୁ ଜାଣିବା ପାଇଁ ଏମ୍ସ ଆସିବାକୁ ପରାମର୍ଶ

ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି । ମୃତକଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ ଭୁବନେଶ୍ୱର ଏମ୍‌ସ ଆସିବାକୁ ସମ୍ପର୍କୀୟଙ୍କୁ କୁହାଯାଇଛି ।

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି । ମୃତକଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ ଭୁବନେଶ୍ୱର ଏମ୍‌ସ ଆସିବାକୁ ସମ୍ପର୍କୀୟଙ୍କୁ କୁହାଯାଇଛି । ଏନେଇ ପୂର୍ବତନ ରେଲବାଇ ପକ୍ଷରୁ ଦିଆଯାଇଛି ସୂଚନା ।

ବାଲେଶ୍ୱରରୁ ଭୁବନେଶ୍ୱରକୁ ଅଣାଯାଇଥିଲା ୧୯୩ଟି ମୃତଦେହ । ସେମଧ୍ୟରୁ ୧୧୦ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଫଟୋ ଦେଖି ସମ୍ପର୍କୀୟ ଓ ପରିଜନଙ୍କୁ ଚିହ୍ନଟ କରୁଛନ୍ତି ଲୋକ । ମୃତଦେହ ଚିହ୍ନଟ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ୍‌ ଓ ଜୋନାଲ୍‌ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ମଧ୍ୟ ପଠାଯାଇଛି । ଯେଉଁ ମୃତଦେହର ଚିହ୍ନଟରେ ଅସୁବିଧା ହେଉଛି ସେଗୁଡ଼ିକର ଡିଏନଏ ଟେଷ୍ଟ କରାଯାଉଛି । ଭୁବନେଶ୍ୱର ଏମ୍‌ସରେ ଡିଏନଏ ଟେଷ୍ଟ ପାଇଁ ସଂଗ୍ରହ ହେଉଛି ସାମ୍ପୁଲ । ଏଥିପାଇଁ ଜାରି ହୋଇଛି ହେଲ୍‌ପ ଲାଇନ୍‌ ନମ୍ବର 8280346629 । ଏହି ନମ୍ବରରେ କଲ୍‌ କରି ଡିଏନଏ ଟେଷ୍ଟ ପାଇଁ ଯୋଗାଯୋଗ କରିପାରିବେ ସମ୍ପର୍କୀୟ । ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.