ମହାପ୍ରଭୁଙ୍କ ଅନବସରର ତୃତୀୟ ଦିନ: ଶ୍ରୀ ବିଗ୍ରହଙ୍କୁ ଧଳା ପୁଷ୍ପ, ଚକଟା ଭୋଗ, ଅଣସର ପଣା ଅର୍ପଣ

ଜ୍ୱରରେ ପୀଡିତ ଶ୍ରୀ ବିଗ୍ରହଙ୍କ ନିମନ୍ତେ ଧଳା ପୁଷ୍ପ, ଚକଟା ଭୋଗ ସହ ଅଣସର ପଣା ତାଟି ବାହାରେ ନୈବେଦ୍ୟ ରୂପେ ଅର୍ପଣ କରାଯାଉଛି l ବର୍ତମାନ ମହାପ୍ରଭୁଙ୍କୁ ଜ୍ୱର ହୋଇଥିବାରୁ ଶ୍ରୀ ମନ୍ଦିର ମଧ୍ୟରେ ଘଣ୍ଟ ଘଣ୍ଟା ଆଦି ବାଜିବା ବନ୍ଦ ରହିଛି ।

ପୁରୀ (କେନ୍ୟୁଜ): ଆଜି ମହାପ୍ରଭୁଙ୍କ ଅନବସରର ତୃତୀୟ ଦିନ। ମହାପ୍ରଭୁ ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ଅଛନ୍ତି। ଦଇତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡିରେ ଶ୍ରୀ ବିଗ୍ରହମାନଙ୍କ ଗୁପ୍ତ ଉପଚାର ଚାଲିଛି । ଗତକାଲି ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ର ଓଲଗି କରାଯାଇ ମହା ବାହୁଙ୍କ ସ୍ୱତନ୍ତ୍ର ପୂଜନୀତି ଅନୁଷ୍ଠିତ ହେଉଛି ।

ଜ୍ୱରରେ ପୀଡିତ ଶ୍ରୀ ବିଗ୍ରହଙ୍କ ନିମନ୍ତେ ଧଳା ପୁଷ୍ପ, ଚକଟା ଭୋଗ ସହ ଅଣସର ପଣା ତାଟି ବାହାରେ ନୈବେଦ୍ୟ ରୂପେ ଅର୍ପଣ କରାଯାଉଛି । ବର୍ତମାନ ମହାପ୍ରଭୁଙ୍କୁ ଜ୍ୱର ହୋଇଥିବାରୁ ଶ୍ରୀ ମନ୍ଦିର ମଧ୍ୟରେ ଘଣ୍ଟ ଘଣ୍ଟା ଆଦି ବାଜିବା ବନ୍ଦ ରହିଛି । ଏପରିକି ଅଣସର ସମୟରେ ମହାପ୍ରଭୁଙ୍କୁ ତୁଳସୀ ଲାଗି ମଧ୍ୟ ହୋଇନଥାଏ । ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ଦଇତାପତି ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.