ନନ୍ଦନକାନନରୁ ଆସିଲା ଦୁଃଖଦ ଖବର: ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ, ବିଷାକ୍ତ ସାପ ଦଂଶନ କରିଥିବା ସନ୍ଦେହ

ଭୁବନେଶ୍ବର(କେନ୍ୟୁଜ) :ନନ୍ଦନକାନନରୁ ଆସିଲା ଦୁଃଖଦ ଖବର । ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି। ନନ୍ଦନକାନନରେ ରହୁଥିବା ୧୫ ବର୍ଷୀୟ ଆଫ୍ରିକୀୟ ସିଂହିର ମୃତ୍ୟୁ ହୋଇଛି। ବିଷାକ୍ତ ସାପ କାମୁଡିଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ସିଂହିର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସିଂହି ମୃତଦେହ ପାଖରେ ବିଷାକ୍ତ ସାପ ପଡିରହିଥିବାର ଦେଖିବାକୁ ମିଳିଛି। ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ।