Below header

ଶ୍ରୀକ୍ଷେତ୍ରରେ ଜୋର ଧରିଛି ରଥ ନିର୍ମାଣ ପ୍ରକ୍ରିୟା: ତିନିରଥର ୪୦ଟି ଚକ ନିର୍ମାଣ ଶେଷ, ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ

ପୁରୀ(କେନ୍ୟୁଜ୍‌): ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୪୦ଟି ଚକ ନିର୍ମାଣ ଶେଷ ସରିଛି । ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ହୋଇଛି। ଏହାପରେ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।

ତିନିରଥର ନିର୍ମାଣ ମହାରଣାମାନେ ୫ ଗୋଟି ଚାରିନାହାକ ଚଉପଟ ସହ ସେଗୁଡ଼ିକର ଆଠ ଅଂଶି ବା ଆଠ କୋଣିର ନିର୍ମାଣ ଶେଷ କରିଛନ୍ତି । ଏହାସହ ଧଉରା କାଠର ପୋଲଗୟଳ ବିରଟ କାମ ଦୋଳବେଦୀଠାରେ କରତି ସେବକ ମାନେ ଆରମ୍ଭ କରିଛନ୍ତି । ତିନି ରଥର ରୂପକାର ସେବକମାନେ ଗାଲଗୁଜ ଏବଂ ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.