Below header

ରାଜଧାନୀରେ ଓମଫେଡ୍ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ: ଧାରୁଆ ଅସ୍ତ୍ରରେ ଦୁଇଟି ହାତକୁ ହାଣିଦେଲେ ୪ ଦୁର୍ବୁତ୍ତ

ଭୁବନେଶ୍ବର(କେନ୍ୟୁଜ) : ଓମଫେଡ୍ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ୪ ଜଣ ଦୁର୍ବୁତ୍ତ ୨ ବାଇକରେ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା । ଯୁବକଙ୍କର ଦୁଇଟି ହାତକୁ ହାଣି ଦେଇଛନ୍ତି ଦୁର୍ବୁତ୍ତ । ଆହତ ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୁନ୍ଦରପଦା ବୋତଣ୍ଡା ଛକରେ ଥିବା ଓମ୍ଫେଡ଼ ଦୋକାନରେ ଘଟିଛି ଏହି ଅଘଟଣ । ଏନେଇ ଏୟାରଫିଲଡ଼ ଥାନାରେ ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଏହି ଦୋକାନୀଙ୍କୁ ଆକ୍ରମଣ ହୋଇଥିବା ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.