ଭୁବନେଶ୍ୱରରୁ ବାଲେଶ୍ୱରକୁ ଡେଇଁଲା ଡେଙ୍ଗୁ

ବାଲେଶ୍ୱର (କେନ୍ୟୁଜ୍‌) : ବାଲେଶ୍ବରରେ ଆଜି ଜଣେ ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୦ ବର୍ଷ। ରେମୁଣା ଗୋଲେଇ ଅଞ୍ଚଳରେ ସେ ତାଙ୍କ ପରିବାର ସହ ଭଡ଼ାଘରେ ରହୁଛନ୍ତି । ତେବେ ମହିଳା ଜଣକ ଭୁବନେଶ୍ବର ଶୈଳଶ୍ରୀ ବିହାର ନିକଟ ଇନଫୋସିଟି ଅଞ୍ଚଳରେ ରହି କାମ କରନ୍ତି। ତାଙ୍କୁ ଜିଲ୍ଲା ବଡ଼ମେଡିକାଲର ସ୍ବତନ୍ତ୍ର ଡେଙ୍ଗୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି।

ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହା ସହ ସର୍ଭେ କାର୍ଯ୍ୟ ଏବଂ ସନ୍ଦିଗ୍ଧ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.