ଖୋର୍ଦ୍ଧା : ଟିକାଦାନ କେନ୍ଦ୍ର ଖୋଲୁ ଖୋଲୁ ଧସେଇ ପଶିଲେ ଶହ ଶହ ଲୋକ, ପୋଲିସ କଲା ଲାଠିଚାର୍ଜ

ଟାଙ୍ଗୀ(କେନ୍ୟୁଜ୍): ଟିକାଦାନ କେନ୍ଦ୍ରରେ ଲାଠିମାଡ଼। ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଟିକା ନେବାକୁ ଯାଇଥିବା ଲୋକଙ୍କର ଉପରେ ପୋଲିସର ଲାଠି ମାଡ଼। ଖୋର୍ଦ୍ଧା ଜିଲ୍ଲା ବାଣପୁରର କୃତିବାସ ଭବନ ଟିକାକରଣ କେନ୍ଦ୍ରରେ ପୋଲିସର ଲାଠି ଚାଳନା। ଅସମ୍ଭାଳ ଭିଡ଼ ନିୟନ୍ତ୍ରଣ ହୋଇନପାରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଆଜି ସକାଳେ ଟିକାଦାନ କେନ୍ଦ୍ର ଖୋଲିବା ପରେ ହଠାତ ଶହ ଶହ ଲୋକ ଧସେଇ ପଶିଥିଲେ।

ଟିକା ଅଭାବ ରହିଥିବା ବେଳେ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ସହ ଭିତରକୁ ମାଡ଼ି ଆସିଥିଲେ। ରାତିରୁ ଲମ୍ବା ଲାଇନରେ ଥିବା ଲୋକେ ହଠାତ ପଶିଆସିବା ପରେ ପୋଲିସ ମଧ୍ୟ ଅସହାୟ ହୋଇପଡ଼ିଥିଲା। ଦଳାଚକଟା ପରିସ୍ଥିତି ଉପୁଜିବା ପରେ ପୋଲିସ ଲାଠିମାଡ଼ କରିଥିଲା। ପୋଲିସ ଲାଠିପ୍ରହାର ଓ ଠେଲାପେଲାରେ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ବୃଦ୍ଧ ଆହତ ହୋଇଥିବା ଜଣାପ଼ଡିଛି। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।

ଗତ କିଛିଦିନ ଧରି ବାଣପୁର ଅଞ୍ଚଳରେ ଟିକା ଅଭାବ ଦେଖାଯାଇଥିଲା। ଟିକା ଆସିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଏଭଳି ଭିଡ଼ ହେଲେ ଟିକାଦାନ କେନ୍ଦ୍ର କରୋନାର ହଟ୍‌ସ୍ପଟ ପାଲଟିବନିତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.