ଜାଣନ୍ତିକି ଛୋଟ ଛୁଆଙ୍କ ଆଖି ତଳ କାହିଁକି କଳା ପଡିଥାଏ ? ଏହାକୁ କେମିତି କରିବେ ଦୂର

ଛୋଟ ଛୁଆମାନଙ୍କ ଆଖି ବଡ ମାନଙ୍କ ଠାରୁ ଅଧିକ ସଂବେଦନଶୀଳ । ଠିକ ସେହିପରି ଆଖି ତଳଭାଗର ଚର୍ମ ବି ଖୁବ ପତଳା । ଏମିତିରେ ଟିକେ ବି ଅସାବଧାନତା ଆଖିକୁ କ୍ଷତି ପହଞ୍ଚାଇ ଥାଏ । ଏମିତିକି ଆଖି ତଳ ଡ଼ାର୍କ ଟେଷ୍ଟ ସର୍କଲ ସମସ୍ୟା ଦେଖାଦିଏ । କିନ୍ତୁ ଏବାବଦରେ ସମସ୍ତଙ୍କୁ ଜଣାନଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏମିତିରେ ତ ବୟସ୍କ ଲୋକଙ୍କ ଠାରେ ଆଖିତଳ କଳା ଦାଗ ଅତି ସାଧାରଣ କଥା । କିନ୍ତୁ ଆଜିକାଲି ଏହି ସମସ୍ୟା ପ୍ରାୟ ସବୁ ବର୍ଗର ଲୋକଙ୍କ ଠାରେ ଦେଖାଦେଉଛି । ଏମିତିକି ଛୋଟ ଶିଶୁଙ୍କ ଆଖିତଳ ବି କଳା ପଡିଯାଉଥିବା ଦେଖାଦେଉଛି । ଏହାର ପ୍ରମୁଖ କାରଣ ମଧ୍ୟରେ ରହିଛି ରୁକ୍ଷ ତ୍ୱଚା, ଦିନକୁ ୭ ରୁ ୮ ଘଣ୍ଟା କମ୍ୟୁଟର ସାମ୍ନାରେ ବିତେଇବା, ଅଧିକ ଲୁହ ବୋହିବା, ମାନସିକ ତଥା ଶାରୀରିକ ଚାପ, ପୌଷ୍ଟିକ ତତ୍ୱର ଅଭାବ କାରଣରୁ ଛୋଟ ଶିଶୁଙ୍କ ଆଖିତଳ କଳା ପଡିଥାଏ । ଏସବୁ ବ୍ୟତୀତ ଛୋଟ ଶିଶୁଙ୍କ ଆଖିତଳ କଳା ହେବାର ଅନ୍ୟ କାରଣ ବାବଦରେ ଜାଣିବା ।

dirk circle

୧. ଏନିମିଆ କାରଣରୁ ଶରୀରରେ ରକ୍ତର ଅଭାବ ଦେଖାଦିଏ । ଯାହା ଦ୍ୱାରା ଶିଶୁଙ୍କ ଆଖି ତଳ କଳା ପଡ଼ିଯାଏ ।
୨. ଯଦି ନିଦ ଠିକ ପରିମାଣରେ ନହୁଏ ଏହି କାରଣରୁ ବି ଆଖିତଳ କଳା ପଡିଥାଏ । ତେଣୁ ଛୋଟ ହୁଅନ୍ତୁ ଅବା ବଡ ସମସ୍ତଙ୍କୁ ଦିନକୁ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ।
୩. ଶରୀରରେ ଜଳର ଅଭାବ ହେଲେ ବି ଆଖିତଳ କଳା ପଡ଼ିଯାଏ । ଚେହେରା ହଳଦିଆ ପଡ଼ିଯାଏ । ତେଣୁ ଅତି କମରେ ଦିନକୁ ୮ ରୁ ୧୦ ଗ୍ଲାସ ପାଣି ପିଇବା ଦରକାର ।
୪. ଏହା ବ୍ୟତୀତ ବଂଶାନୁକ୍ରମିକ, ଆଲର୍ଜି ରାଇନାଟିସ, ହାଇପରପିଗମେଣ୍ଟେସନ କିମ୍ବା ଅନ୍ୟ କୌଣସି ଆଘାତ କାରଣରୁ ବି ଆଖି ଚାରିପଟ କଳା ପଡ଼ିଯାଏ ।

କେମିତି କରିବେ ଉପଚାର:

ସମୟ ସମୟରେ ମେଡିକାଲ ଟ୍ରିଟମେଣ୍ଟ କରାନ୍ତୁ । ଆଖିର ଯାଞ୍ଚ କରାଇ ନିଅନ୍ତୁ । ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆଇରନରେ ଭରପୁର ଖାଦ୍ୟ ଯେମିତିକି ଖଜୁରୀ, ପାଳଙ୍ଗ, ଅଣ୍ଡା ଆଦି ଖାଇବାକୁ ଦିଅନ୍ତୁ । ସବୁବେଳେ ଧ୍ୟାନରେ ରଖିବେ ଯେମିତିକି ଆପଣଙ୍କ ଶିଶୁ ଦିନକୁ ନିହାତି ୮ ରୁ ୯ ଘଣ୍ଟା ଶୋଉଥିବ । ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ବଞ୍ଚନ୍ତୁ । ପିଲାଙ୍କ ଉପରେ କୌଣସି ପ୍ରକାରର ପ୍ରେସର ପକାନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.