Below header

ବ୍ଲୁହେ୍ଵଲ ପରେ, ଏବେ ଆଉ ଖୁନୀ ଖେଳ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ

ବ୍ଲୁହେ୍ଵଲ ଚ୍ୟାଲେଞ୍ଜ ପରେ ଏବେ ମୋମୋ ଚ୍ୟାଲେଞ୍ଜ । ସୋସିଆଲ ମିଡିଆରେ ଖେଳୁଛି ମୋମୋ ହ୍ଵାଟସଆପ୍ ଚ୍ୟାଲେଞ୍ଜ । ଇଏ ବି ଏକ ସୁଇସାଇଡ୍ ଗେମ୍ ଠିକ୍ ବ୍ଲୁହେ୍ଵଲ ଭଳି । ହ୍ଵାଟସଆପରେ ଏକ ନମ୍ବର ଭାଇରାଲ ହୋଇଛି । ଏହି ନମ୍ବରର ପ୍ରୋଫାଇଲ୍ ଫଟୋରେ ଏକ ଭୟାନକ ଝିଅର ଚେହେରା ରହିଛି । ତାରି ନାଁ ହେଉଛି ମୋମୋ । ଏହାକୁ କନେକ୍ଟ କଲେ ଆରମ୍ଭ ହେଉଛି ଚ୍ୟାଲେଞ୍ଜ । ତେଣୁ ଏହାର ଫାଶରେ ନପଡ଼ିବାକୁ ସମସ୍ତଙ୍କୁ ଚେତାବନୀ ଦିଆଯାଇଛି । କାରଣ ବ୍ଲୁହେ୍ଵଲ ଯୋଗୁଁ ଅନେକ ନିରୀହ ଜୀବନ ଯାଇଛି । ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ପାଇଁ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ ଖେଳ ଆରମ୍ଭ ହୋଇଛି ।

ସତର୍କ ରୁହ
ଏହି ଖୁନୀ ଖେଳରୁ ପିଲାଙ୍କୁ ଦୂରେଇ ରଖିବା ନିହାତି ଜରୁରୀ । ପିଲାମାନଙ୍କୁ କୌଣସି ଅଜଣା ବ୍ୟକ୍ତିଙ୍କ ସହ ଫୋନରେ କଥା ହେବାରୁ ରୋକିବେ । ସେମାନେ ଫୋନ୍ ଓ କଂପ୍ୟୁଟର ବ୍ୟବହାର କରୁଥିବା ବେଳେ ତାଙ୍କ ଉପରେ ତୀକ୍ଷଣ ନଜର ରଖିବେ । ଫୋନ୍ ଓ କମ୍ପ୍ୟୁଟରରେ ଭଲ ଆଣ୍ଟି ଭାଇରସ୍ ଲଗାନ୍ତୁ । ନିୟମିତ ଭାବେ ପିଲାମାନଙ୍କ ସହ ସୁବିଧା ଅସୁବିଧା ବିଷୟରେ କଥା ହୁଅନ୍ତୁ । ଅଭିଭାବକମାନଙ୍କୁ ଏ ନେଇ ସତର୍କ କରି ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.