Below header

ମୋଦି ନୁହନ୍ତି ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଆମନ୍ତ୍ରଣ ପାଇଲେ ଅମୀର, ଗାଭାସ୍କର ଓ କପିଳ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ୍ ଖାନ୍। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଥିଲା। ତେବେ ସେହି ଚର୍ଚ୍ଚା ଥଣ୍ଡା ପଡ଼ିଯିବା ପରେ ଏବେ ସତସତିକା ଡାକରା ପାଇଛନ୍ତି ବଲିଉଡ୍ ଓ କ୍ରିକେଟ୍ ଷ୍ଟାରମାନେ। ଇମ୍ରାନଙ୍କ ପିଟିଆଇ ପାର୍ଟି ତରଫରୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ବଲିଉଡ୍ ସୁପରଷ୍ଟାର ଅମୀର ଖାନ୍ ଏବଂ ଇମ୍ରାନଙ୍କ ସମସାମୟିକ ସୁନୀଲ ଗାଭାସ୍କର ଓ କପିଳ ଦେବଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଅବଶ୍ୟ ଇମ୍ରାନଙ୍କ ଶପଥଗ୍ରହଣ ଉତ୍ସବରେ ଭାରତର ଏହି ସେଲିବ୍ରିଟିମାନେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ମୋଦିଙ୍କ ସମେତ ସାର୍କ ଦେଶର ନେତାଙ୍କୁ ଆମନ୍ତ୍ରଣ ଦିଆଯାଇ ନାହିଁ ବୋଲି ପୂର୍ବରୁ ଚାଲିଥିବା ଚର୍ଚ୍ଚାର ଉତ୍ତରରେ କହିଛନ୍ତି ପିଟିଆଇର ମୁଖପାତ୍ର। କିନ୍ତୁ ଇମ୍ରାନଙ୍କ ସହ ମୋଦିଙ୍କ ଟେଲିଫୋନ୍ କଥାବାର୍ତ୍ତାକୁ ସେ ସ୍ୱାଗତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.