ତନାଘନା ପରେ ସାଧୁ ହେବାକୁ ଚେଷ୍ଟା! ଭିଜିଲାନ୍ସ ଚଢ଼ଉ ପରେ ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ସମ୍ବଲପୁର (କେନ୍ୟୁଜ): ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ। ସମ୍ବଲପୁରର ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସମ୍ବିତ ନାଏକ ୧୦ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗରେ ସହରର ବରିଷ୍ଠ ନାଗରିକ ଧାରଣା ଦେଇଥିଲେ । ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ୧୦ ଲକ୍ଷ ଟଙ୍କା ଫେରାଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ ସମ୍ବିତ ନାଏକ । ସମ୍ବଲପୁର ସ୍କୁଲ ଛକ ନିକଟ ପବ୍ଲିକ ଲାଇବ୍ରେରୀର ଉନ୍ନତିକରଣ ପାଇଁ ଏକ କଂପାନୀ ପକ୍ଷରୁ ୨୦୨୦ ମସିହାରେ ଜିଲ୍ଲାପାଳଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା ।

ଜିଲ୍ଲାପାଳ ଏହି ଟଙ୍କାକୁ PWDକୁ ହସ୍ତାନ୍ତର କରିଥିଲେ । ଘଟଣାକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନଥିଲା । କିଛି କାମ ନକରି ଅଧୀକ୍ଷଣ ଯନ୍ତ୍ରୀ ସମ୍ବିତ ନାଏକ ଟଙ୍କା ଚଳୁ କରିଦେଇଥିବା କଥା ସାମ୍ନାକୁ ଆସିବା ପରେ ବରିଷ୍ଠ ନାଗରିକମାନେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଦୀର୍ଘ ଘଣ୍ଟା ଧରି ଧାରଣାରେ ବସିବା ପରେ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଟଙ୍କା ଫେରସ୍ତ କରିଥିବା କଥା ଜଣାପଡିଛି । ଟଙ୍କା ହିସାବରେ ଭୁଲ ହୋଇଥିବା ମାନିଛନ୍ତି ଯନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.